କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

ବାହାନଗା,୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ଯୁବ ବୈଜ୍ଞାନିକ ବୈଦ୍ୟନାଥ ମହାନ୍ତିଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ଗତ ୧୫ଦିନ ପୂର୍ବରୁ ତାଙ୍କ ବଡଭାଇ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ବଡଭାଇଙ୍କ ମୃତ୍ୟୁ ଖବର ଶୁଣି ବୈଦ୍ୟନାଥ କୁଏତରୁ ଦିଲ୍ଲୀ ଆସିବା ପରେ ବମ୍ବେସ୍ଥିତ ବାସଭବନରେ ରହିଯାଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଚିକିତ୍ସା ପରେ ଯୁବ ବୈଜ୍ଞାନିକ ବୈଦ୍ୟନାଥ ସୁସ୍ଥ ହୋଇ ଦୁଇଦିନ ତଳେ ଭେଣ୍ଟିଲେଟରରୁ ବାହାରିଥିଲେ। ହଠାତ୍‌ ବୈଦ୍ୟନାଥଙ୍କ ଦେହ ଶୁକ୍ରବାର ଅସୁସ୍ଥ ହୋଇପଡିଥିଲା ା ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Share