ଚିକିତ୍ସିତ ହେଉଥିବା ହାତୀଛୁଆର ମୃତ୍ୟୁ

ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଆଳୁସିଂ ଗ୍ରାମରେ ଗୁରୁବାର ସକାଳେ ବର୍ଷକର ଏକ ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀଛୁଆଟି ୨୦ ଦିନ ତଳେ ଅସୁସ୍ଥ ହୋଇ ବନ ବିଭାଗ ଦ୍ବାରା ଚିକିତ୍ସିତ ହେଉଥିଲା। ଖବର ପାଇ ସହକାରୀ ବନ ସଂରକ୍ଷକ ରଶ୍ମୀରଞ୍ଜନ ସ୍ବାଇଁ , ହିନ୍ଦୋଳ ରେଞ୍ଜର ଲୋହିତ ରଥ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ କରାଯାଇଛି। ମୃତ ହାତୀ ଶାବକ ଶରୀରର କିଛି ଅଂଶ ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି।

Share