ଭାରତର ଆଉ ଜଣେ ବଡ ଶତ୍ରୁ ଭୁଟ୍ଟାବିଙ୍କ ମୃତ୍ୟୁ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଥିଲା ସମ୍ପୃକ୍ତି

ନ୍ୟୁୟର୍କ,୧୧।୧: ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଏବାର ସଂସ୍ଥାପକ ସଦସ୍ୟ ଓ ଆତଙ୍କବାଦୀ ହାଫିଜ ସଇଦଙ୍କ ନିକଟତମ ହାଫିଜ ଅବଦୁଲ ସଲାମ ଭୁଟ୍ଟାବିଙ୍କର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଯାଇଛି। ତେବେ ୭ ମାସ ପରେ ଏହା ସ୍ପଷ୍ଟ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଓ୍ବେସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ହାଫିଜ ଅବଦୁଲ ସଲାମ ଭୁଟ୍ଟାବି ହାଫିଜ ସଇଦଙ୍କ ଡେପୁଟି ଥିଲେ।
ଯେତେବେଳେ ସଇଦଙ୍କୁ ଜେଲ ନିଆଯାଇଥିଲା ସେତେବେଳେ ଭୁଟ୍ଟାବି ଅତିକମରେ ଦୁଇଟି ଅବସରରେ ଲଶ୍ମର-ଇ-ତୋଏବା ଓ ଜମାତ-ଉଲ-ଦାବାଙ୍କ କାର୍ଯ୍ୟବାହକ ଭାବରେ କାମ କରିଥିଲେ।

ସୂଚନାଯୋଗ୍ୟ, ନଭେମ୍ବର ୨୦୦୮ମୁମ୍ବାଇ ଆକ୍ରମଣର କିଛି ଦିନ ପରେ ହାଫିଜ ସଇଦଙ୍କୁ ଗିରଫ କରାଯାଇଥିଲା ଏବଂ ଜୁନ ୨୦୦୯ପର୍ଯ୍ୟନ୍ତ ସେ ଜେଲରେ ରହିଥିଲେ। ଏହି ଅବଧି ମଧ୍ୟରେ ଭୁଟ୍ଟାବି ଗୋଷ୍ଠୀର ଦୈନନ୍ଦିନ କାର୍ଯ୍ୟକୁ ପରିଚାଳନା କରିଥିଲେ ଏବଂ ସଂଗଠନ ତରଫରୁ ନିରପେକ୍ଷ ନିଷ୍ପତ୍ତି ନେଇଥିଲେ। ମେ ୨୦୦୨ରେ ହାଫିଜ ସଇଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

 

Share