ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

କେନ୍ଦ୍ରାପଡ଼ା,୧୦ା୧: ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା, ରାଜ୍ୟ ସଭା ସଦସ୍ୟା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭାର ଜଣେ ସଦସ୍ୟ ଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଆଳି ବିଧାୟିକା ହୋଇଥିଲେ। ୨୦୦୨ରେ ସେ ରାଜ୍ୟ ସଭା ସଦସ୍ୟା ଭାବେ ମନୋନୀତ ହୋଇଥିଲେ। ମେ’ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ। ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନ୍‌ସଲ୍‌ଟେଟିଭ୍‌ କମିଟିର ମଧ୍ୟ ସଦସ୍ୟ ଥିଲେ। ୩ ବର୍ଷ ପର୍ଯ୍ୟନ୍ତ ଲିଫ୍ଟ ଇରିଗେସନ କର୍ପୋରେଶନ, ଓଡ଼ିଶାର ଡାଇରେକ୍ଟର ଥିଲେ। ୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ। ୪ ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ। ଚାରି ବର୍ଷ ପର୍ଯ୍ୟନ୍ତ କନ୍‌ସଲଟେଟିଭ୍‌ ଜଳସେଚନ କମିଟିର ସଦସ୍ୟ ଥିଲେ। ସେହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ସହ ଜଡ଼ିତ ଥିଲେ। ପୂର୍ବରୁ ସେ ଜନତା ଦଳ ସହ ଜଡ଼ିତ ଥିଲେ।

Share