Posted inଜାତୀୟ

ବରିଷ୍ଠ ଭାଜପା ନେତାଙ୍କ ପରଲୋକ, ଭୌରୋସିଂହ ଶେଖାଓ୍ବତଙ୍କୁ ହରାଇ ଆସିଥିଲେ ଚର୍ଚ୍ଚାକୁ

ଜୟପୁର,୧୬।୨: ଫେବୃଆରୀ ୧୬ ସକାଳେ ଭାଜପା ପାଇଁ ଏକ ଦୁଃଖଦ ବାର୍ତ୍ତା ଆଣିଥିଲା। ଗୁରୁବାର ରାତିରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଧେଶୟାମ ଗଙ୍ଗନଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ଦେହାନ୍ତ ଖବର ସକାଳ ପ୍ରାୟ ୬ଟା ୩୦ରେ ଜଣାପଡିଥିଲା। ରାଧେଶୟାମ ଗଙ୍ଗନଗରଙ୍କ ପୁଅ ରାଜପାଲ ତାଙ୍କ ପିତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଶୁକ୍ରବାର ସକାଳେ ତାଙ୍କ ବାପା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ରାଧେଶୟାମ ଗଙ୍ଗନଗରଙ୍କ ମୃତଦେହକୁ ଶ୍ରୀ ଗଙ୍ଗନଗରକୁ ନିଆଯିବ। ତାଙ୍କ ଶରୀରକୁ ଶେଷ ଦର୍ଶନ ପାଇଁ ସେଠାରେ ରଖାଯିବ। ସୂଚନା ଅନୁଯାୟୀ, ତାଙ୍କର ଶେଷ ରୀତିନୀତି ଶନିବାର ଅନୁଷ୍ଠିତ ହେବ। ଏହି ଖବର ଭାଜପା ପାଇଁ ବହୁତ ଦୁଃଖଦ। ତାଙ୍କ ନେତୃତ୍ୱରେ ରାଜସ୍ଥାନରେ ଭାଜପା ବହୁ ଆଗକୁ ଆସିଥିଲା। ଏହାପୂର୍ବରୁ ସେ କଂଗ୍ରେସରେ ଥିଲେ କିନ୍ତୁ ୨୦୦୮ରେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ।
୨୦୦୮ରେ ସେ ଭାଜପା ସହ ହାତ ମିଳାଇଥିଲେ। ୧୯୯୩ରେ ଭୈରୋସିଂହ ଶେଖୱାତଙ୍କୁ ପରାସ୍ତ କରିବାବେଳେ ଭାଜପାର ବରିଷ୍ଠ ନେତାଙ୍କ ମଧ୍ୟରେ ସେ ଲାଇମ ଲାଇଟକୁ ଆସିଥିଲେ। ଏହାପୂର୍ବରୁ ତାଙ୍କ ନାମ ସେତେ ପ୍ରସିଦ୍ଧ ନ ଥିଲା। କିନ୍ତୁ ଏହି ବିଜୟ ତାଙ୍କୁ ରାତାରାତି ଷ୍ଟାର କରିଦେଲା। ତାଙ୍କ ଦେହାନ୍ତ ଖବର ରାଜସ୍ଥାନର ରାଜନୈତିକ ଦୁନିଆରେ ଶୋକର ଲହରୀ ଖେଲାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri