ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ପରଲୋକ

ନୟାଗଡ଼ (ଲୋକନାଥ ମିଶ୍ର)/ ଭୁବନେଶ୍ୱର (ଅନିଲ ଦାସ) ୨୭ା୮ନୟାଗଡ଼ ସହର ପିଡବ୍ଲ୍ୟୁଡି ଗଳିର ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ, ପ୍ରଦେଶ ଶୃଙ୍ଖଳା କମିଟି ଅଧ୍ୟକ୍ଷା, ନୟାଗଡ଼ ଜିଲା ମହିଳା କଂଗ୍ରେସର ପ୍ରଥମ ସଭାନେତ୍ରୀ ଭାବେ କାମ କରି ବେଶ ଲୋକପ୍ରିୟ ହୋଇପାରିଥିଲେ। ଏଥିସହ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କାମ କରି ନାରୀଶିକ୍ଷାର ପ୍ରଚାର ପ୍ରସାରରେ ଲାଗି ପଡିଥିଲେ। ୨୦୦୯ରେ ନୟାଗଡ଼ ବିଧାନସଭା ଆସନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ତାଙ୍କ ବିୟୋଗ ପରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଏକ ଶୋକସଭାର ଆୟୋଜନ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏଥିରେ ଯୋଗଦେଇ କହିଛନ୍ତି, ସନ୍ଧ୍ୟାଦେବୀ ଦଳରେ ଦୀର୍ଘଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି। ସ୍ବର୍ଗତ ଆମତ୍ାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ବିଭୂତି ମିଶ୍ର, ପ୍ରକାଶ ମିଶ୍ର, ଜ୍ଞାନ ପଟ୍ଟନାୟକ, ତରୁଣ ମିଶ୍ର, ମାନସ ଆଚାର୍ଯ୍ୟଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ସ୍ବର୍ଗତ ସନ୍ଧ୍ୟା ଦେବୀଙ୍କ ପରଲୋକରେ ସ୍ମୃତିଚାରଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସ୍ଥିତି ଭିତରେ ଭାରତରେ ହୁ ହୁ ହୋଇ ବଢିଯିବ ଏସବୁ ଜିନିଷ, ଜାଣନ୍ତୁ ସେସବୁ କ’ଣ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି...

ଆକ୍ରମଣ ଯୋଗୁ ଭାଙ୍ଗିଲା ସୀମାପାର ବିବାହ: ପାକିସ୍ତାନ ଯାଉଥିବା ବରଙ୍କୁ ଅଟ୍ଟାରିରୁ ଫେରାଇଦିଆଗଲା

ବାର୍‌ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ...

ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ...

ମୁଁ ଭାରତର ବୋହୂ, ମୋତେ ଏଠି ରଖ: ମୋଦି-ଯୋଗୀଙ୍କୁ ଏମିତି କହି ନିବେଦନ କଲେ ସୀମା ହାଇଦର

ଲକ୍ଷ୍ନୌ,୨୬।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନୀ ନାଗରିକଙ୍କ ଭିଜା ବାତିଲ କରିଛନ୍ତି। ଭାରତରେ ରହୁଥିବା...

ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ...

ଆସନ୍ତା ୧ରୁ ଜୁନ୍‌ ଯାଏ ଚାଲିବ ରବି ଋତୁ ଧାନକିଣା

ଭୁବନେଶ୍ୱର, ୨୬ା୪(ସୁନିତ୍‌ ମିଶ୍ର):ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍‌ ଧାନ ସଂଗ୍ରହ...

‘ଘଟଣାର ଜଡ଼ରେ ପହଞ୍ଚିବା ସାମ୍ବାଦିକଙ୍କ ଦାୟିତ୍ୱ’

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା):ସାମ୍ବାଦିକତା ହେଉଛି ସର୍ବପୁରାତନ ଜୀବିକା। କାହିଁ କେଉଁ କାଳରୁ ମଣିଷ ହୁଅନ୍ତୁ ବା ପ୍ରାଣୀ ଜୀବନ ଜୀବିକା ନିର୍ବାହ ପାଇଁ ଖାଦ୍ୟ ସମ୍ପର୍କରେ ସାଥୀଙ୍କୁ...

ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫିକି ସହଯୋଗରେ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରଠାରେ ଶୁକ୍ରବାର ‘ଇଣ୍ଡିଆ ଷ୍ଟିଲ-୨୦୨୫’ ରାଉଣ୍ଡ୍‌ ଟେବୁଲ ସମ୍ମିଳନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image