Advertisement

ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ ଘଟିଛି।

ରାଣୀଙ୍କ ଦେହାନ୍ତ ଖବର ପାଇ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ସୋମବାର ରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ରାଣୀ ହେଉଛନ୍ତି ଜୟପୁରର ଶେଷ ରାଜା ରାମକୃଷ୍ଣ ଦେବଙ୍କ ସ୍ତ୍ରୀ। ତାଙ୍କ ଦେହାନ୍ତ ସମୟରେ ବୋହୂ ସାରିକା ଦେବୀ ଏବଂ ନାତି ଚନ୍ଦ୍ରଚୂଡ଼ ଦେବ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share