Categories: ଖେଳ

ଅଲିମ୍ପିକ ଚାମ୍ପିୟନଙ୍କ ପରଲୋକ

ଓ୍ବାଶିଂଟନ, ୧୪ା୧୦ (ଏପି)-ହେଲ୍‌ସିଙ୍କି ଅଲିମ୍ପିକ୍ସ ୧୯୫୨ରେ ୪୦୦ ମିଟର ହର୍ଡଲ୍ସ ଚାମ୍ପିୟନ ଚାର୍ଲି ମୁର୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ମୁରେ ପାନ୍‌କ୍ରିଆଟିକ୍‌ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ସେ ସେତେବେଳେ କ୍ୱାର୍ଟରଫାଇନାଲରେ ୫୦.୮ ସେକେଣ୍ଡ ଟାଇମିଂରେ ଅଲିମ୍ପିକ ରେକର୍ଡ କରିଥିଲେ। ମୁର୍‌ ଆହୁରି ମଧ୍ୟ ହେଲସିଙ୍କିରେ ଯୁକ୍ତରାଷ୍ଟ୍ର ଆମେରିକା ୧,୬୦୦ ମିଟର ରିଲେ ଟିମ୍‌ରେ ରୌପ୍ୟ ଜିତିଥିଲେ। ଅଲିମ୍ପିକ୍ସ ପରେ ସେ ଲଣ୍ଡନଠାରେ ଅନୁଷ୍ଠିତ ବ୍ରିଟିଶ ଏମ୍ପାୟର ଗେମ୍ସ ୪୪୦ ହର୍ଡଲ୍ସରେ ୫୧.୬ ସେକେଣ୍ଡ ଟାଇମିଂରେ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ। ୧୯୭୮ରେ ତାଙ୍କ ନାମ କର୍ନେଲ୍ସ ଆଥଲେଟିକ୍‌ ହଲ୍‌ ଅଫ୍‌ ଫେମ୍‌ ଏବଂ ୧୯୯୯ରେ ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ହଲ୍‌ରେ ତାଲିକାଭୁକ୍ତ ହୋଇଥିଲା। ମୁର୍‌ ତାଙ୍କ ଦୁଇଟି ଅଲିମ୍ପିକ ପଦକ ମର୍‌ସର୍ସବର୍ଗ ଏକାଡେମୀକୁ ଦାନ କରିଦେଇଥିଲେ।

Share