୪ ବର୍ଷ ଭିତରେ ୨୦୦ ଫିଲ୍ମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ

ସାଉଥ୍‌ ଫିଲ୍ମର ସବୁଠାରୁ ପ୍ରସିଦ୍ଧ ତାରକା ସିଲ୍କ ସ୍ମିତା ୨୩ ସେପ୍ଟେମ୍ବରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ସ୍ମିତା ସାଉଥ୍‌ ତାରକାମାନଙ୍କ ମଧ୍ୟରୁ ଜଣେ, ଯାହାର ଜୀବନ ସର୍ବଦା ଚର୍ଚ୍ଚାରେ ରହିଥିଲା । ୧୯୮୦ ରୁ ୧୯୯୦ ଦଶକରେ ତାଙ୍କ ଯାଦୁ ଲୋକଙ୍କ ମୁଣ୍ଡକୁ ଏତେ ମାତ୍ରାରେ ଘାରିଥିଲା ଯେ, ସେ ଚାରି ବର୍ଷରେ ୨୦୦ ଫିଲ୍ମ କରିଥିଲେ। ସ୍ମିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ।

ସ୍ମିତାଙ୍କ ତାଙ୍କର ପ୍ରକୃତ ନାମ ବିଜୟଲକ୍ଷ୍ମୀ ଭଦଲାପତି ଥିଲା। କିନ୍ତୁ ଫିଲ୍ମରେ ଅଭିନୟ କରିବା ପରେ ସେ ସିଲ୍କ ସ୍ମିତା ନାମରେ ପ୍ରସିଦ୍ଧ ହୋଇଥିଲେ। ସେ ବହୁତ ଗରିବ ତେଲୁଗୁ ପରିବାରର ଝିଅ ଥିଲେ। ମାତ୍ର ଦଶ ବର୍ଷ ବୟସରେ ଅର୍ଥ ଅଭାବରୁ ତାଙ୍କୁ ଚତୁର୍ଥ ଶ୍ରେଣୀ ପାଠପଢ଼ା ଛାଡିବାକୁ ପଡିଲା। ପରିବାରର ଦାରିଦ୍ରତା ଏବଂ ସ୍ମିତାଙ୍କ ସୌନ୍ଦର୍ଯ୍ୟରେ ଅସୁବିଧାରେ ପକାଉଥିବାରୁ ପରିବାର ଲୋକେ ତାଙ୍କୁ ଅଳ୍ପ ବୟସରେ ବିବାହ କରାଇଦେଲେ। ଶାଶୁଘରର ଲୋକଙ୍କ ଖରାପ ବ୍ୟବହାର ଯୋଗୁ ସେ ଘର ଛାଡ଼ି ଚେନ୍ନାଇ ପଳାଇଗଲେ।

ସେ ପ୍ରଥମେ ଚେନ୍ନାଇର ଜଣେ ଅଭିନେତ୍ରୀଙ୍କ ଘରେ କାମ କରିବା ଆରମ୍ଭ କଲେ। ଧୀରେ ଧୀରେ ସେ ମେକଅପ ଆର୍ଟିଷ୍ଟ ଭାବରେ କାମ କରିବା ଆରମ୍ଭ କଲେ। ଏବଂ ସେ ଏକ ଫିଲ୍ମରେ ୍‌ଛୋଟ ଭୂମିକାରେ ଅଭିନୟ କଲେ। ପରେ, ବିନୁ ଚକ୍ରବର୍ତ୍ତୀ ଏଭିଏମ୍‌ ଷ୍ଟୁଡିଓ ବାହାରେ ତାଙ୍କୁ ଦେଖିବା ପରେ ଫିଲ୍ମ ପାଇଁ ଅଫର କରିଥିଲେ। ତାଙ୍କ ସ୍ତ୍ରୀ ସ୍ମିତାଙ୍କୁ ଇଂରାଜୀ କହିବା ଶିଖାଇଥିଲେ।

ଅନେକ ତେଲୁଗୁ ଏବଂ ମାଲାୟାଲମ ଫିଲ୍ମରେ ସେ ଅଭିନୟ କରେିଥିଲେ। ମାତ୍ର ୩୫ ବର୍ଷ ବୟସରେ ସ୍ମିତା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ସେ ଏହା କାହିଁକି କଲେ ତାହା କେହି ଜାଣନ୍ତି ନାହିଁ।

ସ୍ମିତାଙ୍କ ଆତ୍ମହତ୍ୟା ପରେ ତେଲୁଗୁ ଭାଷାରେ ଏକ ସୁଇସାଇଡ ନୋଟ ମିଳିଥିଲା, କିନ୍ତୁ ତାହା ମଧ୍ୟ ବୁଝାପଡ଼ିଲା ନାହିଁ। ଶେଷରେ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇଗଲା ।

Share