କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାମୋନାସ୍‌ଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ ଥର ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୮ଠାରୁ ସେ ଟିଏମ୍‌ସି କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ତାମୋନାସ୍‌ ଦୀର୍ଘ ୩୫ ବର୍ଷ ଧରି ଦଳକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧାନଖର ମଧ୍ୟ ଟୁଇଟ୍‌ କରି ତାମୋନାସ୍‌ଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ।

Share