ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି

ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଗତ ୯ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା ଯାହା ଦ୍ୱାରା ବିପୁଳ ଧ୍ୱଂସ ଘଟିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦କିଲୋମିଟର ତଳେ ଥିଲା। ଯେଉଁଥିପାଇଁ ଚାଇନା ଗାନସୁ ପ୍ରଦେଶର ଜିଶିଶାନ କାଉଣ୍ଟି, ମିନେହ କାଉଣ୍ଟି ଏବଂ ପଡୋଶୀ ରାଜ୍ୟ କଳିଙ୍ଗାଇରେ ବହୁ କ୍ଷୟକ୍ଷତି ହୋଇଥିଲା।

କିନଘଇ ରାଜ୍ୟରେ ହୋଇଥିବା ଏହି ଭୂକମ୍ପରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ଏଠାରେ ୨୦୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଗଣସୁ ରାଜ୍ୟରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮୧ ଜଣ ଆହତ ହୋଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆହତମାନଙ୍କ ମଧ୍ୟରେ ୧୭ଜଣଙ୍କ ଅବସ୍ଥା ଗୁରୁତର, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏବେ ଚାଇନାରେ ଅତ୍ୟଧିକ ଥଣ୍ଡା, ତେଣୁ ସରକାର ଭୂକମ୍ପ ପ୍ରଭାବିତ ଲୋକଙ୍କୁ ବହୁ ପରିମାଣରେ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ଯେଉଁଥିରେ ଗରମ ଶଯ୍ୟା ଏବଂ ପୋଷାକ ମଧ୍ୟ ଅନ୍ତର୍ଭୁକ୍ତ। ଏହାପୂର୍ବରୁ ୨୦୧୪ରେ ଚାଇନାର ୟୁନାନ ପ୍ରଦେଶରେ ଏକ ଭୂକମ୍ପ ହୋଇଥିଲା ଯେଉଁଥିରେ ୬୧୭ଜଣଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ କାହିଁକି ଚିନ୍ତିତ କାନାଡା ସାଂସଦ

ନୂଆଦିଲ୍ଲୀ/ଓଟାଓ୍ବା,୧୭।୯: କାନାଡାର ସାଂସଦ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ହିଂସା ପ୍ରସଙ୍ଗ ଉଠାଇଥିଲେ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ...

ଧର୍ମୀୟ ସ୍ବାଧୀନତାକୁ ସମର୍ଥନ: ବ୍ରାଜିଲରେ ବିଶାଳ ଶୋଭାଯାତ୍ରା

ରିଓ ଡି ଜେନେରୋ ,୧୭ା୯: ବ୍ରାଜିଲରେ ଗତ ୬ ବର୍ଷ ମଧ୍ୟରେ ଅସହିଷ୍ଣୁତା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ଧର୍ମୀୟ ସ୍ବାଧୀନତାକୁ ସମର୍ଥନ ଜଣାଇ ରବିବାର...

ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ...

ବୁଡିବ ଚାଇନା, ତାଣ୍ଡବ ରଚୁଛି ବେବିଙ୍କା

ବେଜିଂ,୧୬।୯: ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…

ଢାକା,୧୬ା୯: ଶେଖ୍‌ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା...

ଟ୍ରମ୍ପଙ୍କୁ ଗୁଳି କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଜାଣିଲେ ହେବେ ଚକିତ, ରୁଷିଆ ବିରୋଧରେ ଯୁଦ୍ଧ ଲଢିବାକୁ ଚାହୁଁଥିଲେ…

ଓ୍ବାଶିଂଟନ,୧୬।୯: ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କ୍ଲବ ବାହାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଉପରକୁ ଗୁଳି...

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri