ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି

ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଗତ ୯ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା ଯାହା ଦ୍ୱାରା ବିପୁଳ ଧ୍ୱଂସ ଘଟିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦କିଲୋମିଟର ତଳେ ଥିଲା। ଯେଉଁଥିପାଇଁ ଚାଇନା ଗାନସୁ ପ୍ରଦେଶର ଜିଶିଶାନ କାଉଣ୍ଟି, ମିନେହ କାଉଣ୍ଟି ଏବଂ ପଡୋଶୀ ରାଜ୍ୟ କଳିଙ୍ଗାଇରେ ବହୁ କ୍ଷୟକ୍ଷତି ହୋଇଥିଲା।

କିନଘଇ ରାଜ୍ୟରେ ହୋଇଥିବା ଏହି ଭୂକମ୍ପରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ଏଠାରେ ୨୦୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଗଣସୁ ରାଜ୍ୟରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮୧ ଜଣ ଆହତ ହୋଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆହତମାନଙ୍କ ମଧ୍ୟରେ ୧୭ଜଣଙ୍କ ଅବସ୍ଥା ଗୁରୁତର, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏବେ ଚାଇନାରେ ଅତ୍ୟଧିକ ଥଣ୍ଡା, ତେଣୁ ସରକାର ଭୂକମ୍ପ ପ୍ରଭାବିତ ଲୋକଙ୍କୁ ବହୁ ପରିମାଣରେ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ଯେଉଁଥିରେ ଗରମ ଶଯ୍ୟା ଏବଂ ପୋଷାକ ମଧ୍ୟ ଅନ୍ତର୍ଭୁକ୍ତ। ଏହାପୂର୍ବରୁ ୨୦୧୪ରେ ଚାଇନାର ୟୁନାନ ପ୍ରଦେଶରେ ଏକ ଭୂକମ୍ପ ହୋଇଥିଲା ଯେଉଁଥିରେ ୬୧୭ଜଣଙ୍କର ମୃତ୍ୟୁ ହୋଇଥିଲା।

Share