ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ସିରିଆରେ ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବିପର୍ଯ୍ୟୟରେ ୭୦,୩୪୭ ଲୋକ ଆହତ ହୋଇଛନ୍ତି।