ଆଙ୍କରା,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୁର୍କୀର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ହୋଇଛି। ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ଏକ ମିନିଟ୍ ଧରି ଚାଲିଥିବା ଏହି ଭୂକମ୍ପ ଯୋଗୁ ଅନେକ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ଅଟ୍ଟାଳିକା ତଳେ ପୋତି ହୋଇ ବର୍ତ୍ତମାନ ସୁଦ୍ଧା ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ବୋଲି ଏକ ରିପୋର୍ଟରେ ପ୍ରକାଶ। ତୁର୍କୀରେ ୯୧୨ ଜଣ ଏବଂ ସିରିଆରେ ୪୦୦ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ସୂଚନାନୁସାରେ, ଭୂକମ୍ପ ଯୋଗୁ ଉଭୟ ଦେଶ ବହୁ ଜୀବନ ଓ ସମ୍ପତ୍ତି ହରାଇଛନ୍ତି। ଏଥି ସହିତ ଆହତଙ୍କ ସଂଖ୍ୟା ୧୯୦୦ ଅତିକ୍ରମ କରିସାରିଲାଣି।