ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୫୫

ଟୋକିଓ,୩।୧: ନୂଆବର୍ଷର ପ୍ରଥମ ଦିନରେ ଜାପାନରେ ୭.୬ ତୀବ୍ରତାର ଭୂକମ୍ପ ସାଙ୍ଗକୁ କ୍ରମାଗତ ୧୫୫ ଥର କମ୍ପନ ହେବା ଫଳରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୨୧ଟି କମ୍ପନର ତୀବ୍ରତା ୪ରୁ ଅଧିକ ରହିଥିଲା। ଭୂକମ୍ପ ଯୋଗୁ ହଜାର ହଜାର ଘର ମାଟିରେ ମିଶିଯାଇଛି। ବହୁସଂଖ୍ୟାରେ ଗାଡ଼ି, ବୋଟ୍‌ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ୩୩,୦୦୦ରୁ ଊର୍ଦ୍ଧ୍ୱ ଲୋକ ବିଜୁଳି ସଂଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଅଧିକ ଶକ୍ତିଶାଳୀ ଭୂକମ୍ପ ହେବା ଆଶଙ୍କା କରି ଅନେକ ଲୋକ ମଙ୍ଗଳବାର ମଧ୍ୟ ସେମାନଙ୍କ ଘରକୁ ଫେରିନାହାନ୍ତି। ଇଶିକାଓ୍ବାରେ ପଶ୍ଚାତ୍‌ କମ୍ପନ ଜାରି ରହିଛି। କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

Share