ଛତ୍ରପୁର,୧୨।୭(ଡି.ଏନ୍.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାରୁ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ଘୋଷଣା ହୋଇଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘୋଷଣା ହେଉଛି । କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାର ୧୩୬ ଜଣଙ୍କ ଜୀବନ ଗଲାଣି ।
ମିଳିଥିବା ସୂଚନା ଅନୁସାରେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ଜିଲାରେ ଆଉ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ୧୧୮ ଆକ୍ଟିଭ କେସ ଅଛି।