ଦେଶରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା: ଜାଣନ୍ତୁ ସାରା ବିଶ୍ୱରେ ଭାରତର ସ୍ଥିତି କେଉଁଠି

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନାର ଦ୍ୱିତୀୟ ଲହର ବିପର୍ଯ୍ୟୟ ସୃଷ୍ଟି କରିଛି। ଏହାର ଫଳସସ୍ବରୂପ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବୁଧବାର ମୃତକଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ବୁଧବାର ପ୍ରଥମ ଥର ପାଇଁ ଦେଶରେ ମୃତକଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଏହାସହ କ୍ରମାଗତ ସପ୍ତମ ଦିନ ଭାରତରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୨୮୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୨,୦୧,୧୮୦କୁ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ଏବଂ ମୃକ୍ର୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାମାରୀ ଆରମ୍ଭରୁ ପ୍ରଥମ ଥର ପାଇଁ ଭାରତରେ ଗୋଟିଏ ଦିନରେ ୩୦୦୦ରୁ ଅଧିକ ମୃତ୍ୟୁ ଘଟିଛି।
ଦେଶ ଆଧାରରେ ଏପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି। ମଙ୍ଗଳବାର ସୁଦ୍ଧା ଆମେରିକାରେ ୫,୮୭,୩୭୩ ଜଣଙ୍କର ମୃତ୍ୟୁ ହୋଇଛି। ୩୯୫,୩୨୪ ମୃତ୍ୟୁ ସହ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମେକ୍ସିକୋରେ ୨୧୫,୧୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ଦୃଷ୍ଟିରୁ ଏପର୍ଯ୍ୟନ୍ତ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏଥିସହ ବ୍ରିଟେନ, ଇଟାଲୀ, ରୁଷିଆ ଏବଂ ଫ୍ରାନ୍ସରେ ଏକ ମିଲିୟନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

Share