ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ

ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍‌ରା ଏକ୍ସପ୍ରେସର ମୋଟ୍‌ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍‌ ହେବାରୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଅଧିକ ଲୋକ ଆହତ ହେବାର ଆଶଙ୍କା ରହିଛି।

ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ଲାଇନ୍‌ଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛି। ପାକିସ୍ତାନ ସେନା ମଧ୍ୟ ରିଲିଫ୍‌ ଅପରେଶନରେ ଯୋଗ ଦେଇଛି ଏବଂ ନିକଟସ୍ଥ ବେସ୍‌ରୁ ଅଧିକ ସୈନ୍ୟଙ୍କୁ ଡକାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ଟ୍ରେନ୍‌ ଚଳିତ ବର୍ଷ ଆରମ୍ଭରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲା।

Share