ଝଡ଼ ମୃତ୍ୟୁସଂଖ୍ୟା ବଢୁଛି, ୨୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

ଓ୍ବାଶିଂଟନ,୨୫ା୩: ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବଜ୍ରପାତ ଘଟି ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ମିସିସିପିର ଜରୁରିକାଳୀନ ପରିଚାଳନା ଏଜେନ୍ସି ରିପୋର୍ଟରେ କୁହାଯାଇଛି, ଶାର୍କି ଏବଂ ହାମ୍‌ଫ୍ରିସ୍‌ କାଉଣ୍ଟିରେ ଉଦ୍ଧାର କାର୍ଯ୍ୟ ଏବେ ଜାରି ରହିଛି। ସାରା ରାଜ୍ୟରେ ଘୂର୍ଣ୍ଣିଝଡ଼ ନେଇ ଚେତାବନୀ ଦିଆଯାଇଛି।

ଗତକାଲି ବିଳମ୍ବିତ ରାତିରେ ରାଜ୍ୟରେ ପ୍ରବଳ ବଜ୍ରପାତ ହୋଇଥିଲା। ଏଥିସହ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଥିଲା। ୟୁନାଇଟେଡ୍‌ କାଜୁନ ନାଭିର ଅଧ୍ୟକ୍ଷ ଟଡ୍‌ ଟେରେଲ କହିଛନ୍ତି, ମିସିସିପି ଟାଉନ ରୋଲିଂ ଫର୍କ ଏହି ଘୂର୍ଣ୍ଣିବଳୟ ମଧ୍ୟରେ ଅନ୍ୟତମ। ପରେ ରୋଲିଂ ଫର୍କର ଉତ୍ତର-ପୂର୍ବଠାରୁ ୧୦୦ ମାଇଲ ଦୂରରେ ଥିବା ଓ୍ବିନୋନା ସହର ପାଇଁ ଏକ ଘୂର୍ଣ୍ଣିବଳୟ ହେବ ବୋଲି ଜରୁରିକାଳୀନ ସତର୍କ ସୂଚନା ଜାରି କରାଯାଇଛି।

Share