Categories: ଜାତୀୟ

କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍‌ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନ କରି ଏକପାଖିଆ ଭାବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଏହି ଅପିଲ କରାଯାଇଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତୃତ୍ୱାଧୀନ ରାଜ୍ୟ ସରକାର ସମ୍ବିଧାନର ଧାରା ୧୩୧ ଅନୁଯାୟୀ ଏହି ଆବେଦନ କରିଛନ୍ତି। କେନ୍ଦ୍ର ସହ କୌଣସି ମାମଲାରେ ମତାନ୍ତର ହେଲେ ଏହି ଧାରା ଅନୁଯାୟୀ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିପାରିବେ। ପ୍ରକାଶଥାଉ କି, ବାଣିଜି୍ୟକ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ୪୧ଟି କୋଲ୍‌ବ୍ଲକ ନିଲାମ ଲାଗି ପ୍ରକ୍ରିୟା ଆରମ୍ଭ କରିବାର ସପ୍ତାହକ ପରେ ଝାଡ଼ଖଣ୍ଡ ଆପତ୍ତ ଉଠାଇଛି। ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏଭଳି ପ୍ରକ୍ରିୟାକୁ ଝାଡ଼ଖଣ୍ଡ ସରକାର ଅନୁମତି ଦେବେନାହିଁ ବୋଲି କହିଛନ୍ତି।

Share