ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ମାଲିକ ସଂଘ ସ୍ବର ଉତ୍ତୋଳନ କରିଛନ୍ତି। ଏହାର ପ୍ରତିବାଦରେ ଅଗଷ୍ଟ ୧ରୁ ଧର୍ମଘଟ ସହ ଆନ୍ଦୋଳନ କରିବାର ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ଗଞ୍ଜାମ ଜିଲାପାଳଙ୍କ ସମେତ ଜିଲା ପରିବହନ ଅଧିକାରୀ, ପୁରୁଷୋତ୍ତମପୁର ବିଡିଓ, ଥାନା ଆଇଆଇସିମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ସମେତ କୋଦଳା, ପୋଲସରା, ଆସିକା, ହିଞ୍ଜଳି, ବୁଗୁଡା, ଛତ୍ରପୁର, ସମେତ ଜିଲାର ବିଭିନ୍ନ ଅଞ୍ଚଳର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଜିଲାରେ ଯେଉଁଭଳି ଭାବରେ ଲକ୍ଷ୍ମୀବସ୍‌ ମନମୁଖୀ ଭାବରେ ଚଳାଚଳ କରୁଛି ତାହାକୁ ଘରୋଇ ବସମାଲିକମାନେ ବିରୋଧ କରିଛନ୍ତି। ଗ୍ରାମାଞ୍ଚଳରୁ ବ୍ଲକ ହେଡକ୍ବାର୍ଟର୍ସକୁ ଲକ୍ଷ୍ମୀବସ୍‌ ଚଳାଚଳ କରିବା ବଦଳରେ ସହରାଞ୍ଚଳ ଏନ୍‌ଏସି ଓ ମହାନଗରରେ ବିନା ପରିମିଟରେ ମନଇଛା ସମୟରେ ବସ ଚଲାଇବାରେ ଲାଗିଛନ୍ତି। ପୂର୍ବରୁ ବିଭିନ୍ନ ଅଞ୍ଚଳର ବସମାଲିକ ଓ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କ ସ୍ବାର୍ଥକୁ ନେଇ ନିଷ୍ଷତ୍ତି ପ୍ରସ୍ତୁତ ହୋଇଥିବା ରୁଟ୍‌ ଚାର୍ଟ ପ୍ରକାରେ ଚଳାଇବା ପରିବର୍ତ୍ତେ ଘରୋଇ ବସର ପରିମିଟ ସମୟ ଆଗରେ ଉଦ୍ଦେଶ୍ୟମୂଳକ ଭାବରେ ଲକ୍ଷ୍ମୀବସ୍‌ ଚଲାଇବାରେ ଲାଗିଥିବା ହେତୁ ବସ୍‌ମାଲିକମାନେ କ୍ଷତିଗ୍ରସ୍ତହେବାରେ ଲାଗିଛନ୍ତି। ଯେଉଁ ଅଞ୍ଚଳରେ ବସ୍‌ଗାଡ଼ିର ସୁବିଧା ନାହିଁ ସେହି ଅଞ୍ଚଳକୁ ଲକ୍ଷ୍ମୀବସ୍‌ ଚଳାଚଳ କରିବା ବଦଳରେ ସରକାରୀ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ମନଇଛା ପ୍ରକାରେ ବସ୍‌ ଚଲାଇବାରେ ଲାଗିଛନ୍ତି। ଏହାର ପ୍ରତିବାଦ କଲେ ଲକ୍ଷ୍ମୀବସ୍‌ କର୍ମଚାରୀମାନେ ପୋଲିସରେ କେସ୍‌ କରିବାର ଧମକ ଦେଉଛନ୍ତି। ଏଥିନେଇ ବସ୍‌ମାଲିକ ସଂଘ ପକ୍ଷରୁ ଗତ ମାର୍ଚ୍ଚ ୨୧ରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ତୁରନ୍ତ ୭ ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଆଗାମୀ ଅଗଷ୍ଟ ୧ରୁ ବସ୍‌ ମାଲିକମାନେ ଧର୍ମଘଟ ସହ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବରେ ସରକାର ଓ ପ୍ରଶାସନକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri