ଘର ପଟ୍ଟା ଦାବିରେ ପୌର ଭୋଟ ବର୍ଜନ ନିଷ୍ପତ୍ତି

ରମ୍ଭା,୨୭।୨: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡର ବ୍ରଜମୋହନପୁର ସାହିବାସୀଙ୍କ ପକ୍ଷରୁ ଆଗାମୀ ପୌର ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରଜମୋହନପୁର ସାହି ବାସିନ୍ଦାମାନେ ପ୍ରାୟ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ହେଲା ଘର କରି ରହି ଏନ୍‌ଏସି ଟିକସ ପୈଠ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିନାହିଁ। ଏନେଇ ଗ୍ରାମବାସୀ ଗଞ୍ଜାମ ଜିଲାପାଳ, ଉପଜିଲାପାଳ, ଖଲ୍ଲିକୋଟ ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଆଗାମୀ ଏନ୍‌ଏସି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ୩ ନମ୍ବର ୱାର୍ଡ ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମରେ ଅଢ଼େଇ ଶହ ପରିବାର ବାସ କରୁଥିବା ବେଳେ ୧୧୨୭ ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୧୫ ପରିବାରର ପଟ୍ଟା ନ ଥିବା ହେତୁ ଅସନ୍ତୋଷ ପରିସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର...

ଆଶାକର୍ମୀଙ୍କୁ ଅସଦାଚରଣ: ଦଣ୍ଡିତ ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଶୁକ୍ରବାର ଜଣେ ଆଶାକର୍ମୀଙ୍କୁ ରାଜରାସ୍ତାରେ ଅସଦାଚରଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଅର୍ଥ ଦଣ୍ଡରେ...

ଗଞ୍ଜାମରେ ଲଘୁଚାପ ବର୍ଷା: ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୦ା୧୨(ବିଦ୍ୟାଧର ସାହୁ): ଦୁଇଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି...

ଚିଲିକାରେ ୬ଲକ୍ଷ ବିଦେଶାଗତ ପକ୍ଷୀ:ଜାନୁଆରୀ ୧୭ରେ ପକ୍ଷୀ, ୨୧ରେ ଡଲ୍‌ଫିନ ଗଣନା

ବାଲୁଗଁା,୨୦ା୧୨(ସଂଗ୍ରାମ ପାଇକରାୟ):ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଗତ ୧୮ତାରିଖ ତଥା ବୁଧବାର ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର...

୨ ବାଇକ ସହ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ସକାଳେ ପୋଡ଼ା ମାରି ଗ୍ରାମ ନିକଟ ରାସ୍ତାରୁ ୨ ବାଇକ ସହ ୯୦ କେଜି...

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ମାଟ୍ରିକ୍‌ ଛାତ୍ରଙ୍କ ୨ ହାତ କଟିଲା, ଥାନାରେ ଏତଲା

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମ ବଡ଼ ସାହିର ରବି ବେହେରା (୧୫) ନାମକ ଜଣେ...

 ପାଖରେ ନାହିଁ ଅର୍ଥ, ଝିଅର ଚିକିତ୍ସା ପାଇଁ  ସହାୟତା ନିବେଦନ କଲେ ମା’

ଛତ୍ରପୁର,୧୯।୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ  ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି...

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍‌ ଆଦ୍‌ମୀ ପାର୍ଟି

ଛତ୍ରପୁର,୧୯ା୧୨(ସନ୍ତୋଷ ପାଢ଼ୀ): ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦ୍‌ମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri