Advertisement
Categories: ରାଜ୍ୟ

ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ)- ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ସିଡ୍ୟୁଲ ଏରିଆ ବା ଅନୁସୂଚିତ ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା କରାଯିବ। ପୂର୍ବରୁ ୨୦୧୩ ନୂଆ ନିୟମ ଅନୁସାରେ ନନ୍‌ ସିଡ୍ୟୁଲ ଅଞ୍ଚଳରେ ୪୦ ପିଲା ଓ ସିଡ୍ୟୁଲ ଅଞ୍ଚଳରେ ୨୫ପିଲାରୁ କମ୍‌ଥିଲେ ସ୍କୁଲ ବନ୍ଦ ହୋଇପାରିବାର ବ୍ୟବସ୍ଥା ରହିଥିଲା। ଓଡ଼ିଶାର ସିଡ୍ୟୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ବନ୍ଦ ହେବା ନିଷ୍ପତ୍ତିକୁ ବିରୋଧୀ କଡ଼ା ସମାଲୋଚନା କରିବା ପରେ ରବିବାର ଗୃହରେ ବିବୃ୍‌ତ୍ତି ରଖି ସ୍କୁଲ ମିଶ୍ରଣ ସପକ୍ଷରେ ମନ୍ତ୍ରୀ ଦାଶ ସଫେଇ ଦେଇଥିଲେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩ ହଜାର ଟଙ୍କା ଲେଖାଏ ଏକକାଳୀନ ରାଶି ପ୍ରଦାନ କରାଯିବ। ଏହାବାଦ ଶିକ୍ଷା ଅଧିକାର ଆଇନ ଅନୁସାରେ ଏସ୍କର୍ଟ ଆଲାଉନ୍ସ ବାବଦକୁ ମାସିକ ୬୦୦ ଟଙ୍କା ଲେଖାଏ ଦେବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଗୃହରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share