ଆଜି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି

ପୁରୀ ଅଫିସ, ୪।୮(ଡି.ଏନ୍‌.ଏ.):ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଉଥିବା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ସୋମବାର ଜିଲାର ପ୍ରାୟ ଧର୍ମାନୁଷ୍ଠାନ ତଥା ମନ୍ଦିର, ଚର୍ଚ୍ଚ, ମସଜିଦ ଖୋଲିଛି। ଦୀର୍ଘଦିନ ପରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିବାରୁ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଖୁସି ଖେଳିଯାଇଛି। କିନ୍ତୁ ଶ୍ରୀମନ୍ଦିର ଖୋଲିବାକୁ ନେଇ ଶ୍ରଦ୍ଧାଳୁ, ସେବାୟତମାନେ ଚାତକ ଭଳି ଅପେକ୍ଷା କରି ରହିଛନ୍ତି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲି ନ ଥିବାବେଳେ ବୁଧବାର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର କେବେ ଓ କିଭଳି ଖୋଲିବ, କ’ଣ କ’ଣ କଟକଣା ରହିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ଦୀର୍ଘ ମାସ ପରେ ଦେବାଳୟ ଭକ୍ତଙ୍କ ପାଇଁ ଖୋଲିଥିବାରୁ ପୁରୀ ଆଖଣ୍ଡଳମଣି ପୂଜକ ପୂର୍ଣ୍ଣଚନ୍ଦ୍ର ପାଢୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି କରୋନା ଯୋଗୁ କେବଳ ସୀମିତ ପୂଜକଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯାଉଥିଲା। ଏବେ କଟକଣା ମଧ୍ୟରେ ମନ୍ଦିର ଖୋଲିଥିବାରୁ ଭକ୍ତମାନେ ମନ୍ଦିର ଆସି ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶନ କରୁଛନ୍ତି। ଫଳରେ ଦୀର୍ଘଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ପୁରୀରେ ଥିବା କ୍ୟାଥିଲିକ ଚର୍ଚ୍ଚର ଫାଦର ପ୍ରଦୀପ ସରକାରଙ୍କର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ମୁଖ୍ୟତଃ ରବିବାର ସମୂହ ପ୍ରାର୍ଥନା କରାଯାଇଥାଏ। ପ୍ରାର୍ଥନା ପାଇଁ କଟକଣା ମୁକ୍ତ କରାଯାଇଥିଲେ ମଧ୍ୟ ରବିବାର ଶଟ୍‌ଡାଉନ ଥିବାରୁ ସମୂହ ପ୍ରାର୍ଥନା କରିହେବ ନାହିଁ। ତେଣୁ ପ୍ରଶାସନ କଟକଣା ମଧ୍ୟରେ ରବିବାର ସମୂହ ପ୍ରାର୍ଥନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ମୁସଲିମ ସମ୍ପ୍ରଦାୟ ପାଇଁ ସମୂହ ନମାଜ ପାଠ ନିମନ୍ତେ ମସ୍‌ଜିଦ ଖୋଲିବାକୁ ଅନୁମତି ମିଳିଥିବାରୁ ମହମ୍ମଦ ସଫିକ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିଲେ, ଆକ୍ରମଣ କଲା ହାତୀ: ଚାଲିଗଲା ଜୀବନ

ବାରିପଦା, ୪/୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲାରେ ହାତୀ ଉତ୍ପାତ ବଢୁଥିବାରୁ ଆତଙ୍କ ଖେଳିଯାଇଛି । ୪୮ଘଣ୍ଟା ବ୍ୟବଧାନ ପରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର...

ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ

ଭଞ୍ଜନଗର,୪।୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ କିଛିଦିନ ହେଲା ୨୫ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ...

ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ

କଟକ,୪ା୧(ଶିଳ୍ପା ପ୍ରିୟଦର୍ଶିନୀ):ଭୁବନେଶ୍ୱରରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ, ଆ...

୧୧ରୁ ଶୀତ ମହୋତ୍ସବ: ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା କମିଟି

ଦାରିଙ୍ଗବାଡି,୪।୧(ଅରୁଣ ସାହୁ):ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟିଛନ୍ତି। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ...

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ: ୨ ମୃତ, ୨ ଆହତ

ରଘୁନାଥ ଘୁନାଥପୁର,୩୧ (ରାଜେନ୍ଦ୍ର ନାରା ନାରାୟଣ ସିଂହ):ଥାନା ଅନ୍ତର୍ଗତ ଜଗତ୍‌ସିଂହପୁର ଥାନ ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଶୁକ୍ରବାର ରାତି ୧୦ଟାରେ ବାଣ ବିସ୍ଫୋରଣ...

ପ୍ରତିଶ୍ରୁତି ମିଳିଲା, ଧାରଣା ଉଠିଲା

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ଉଠାଣକୁ ଦେଢ଼ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନବିକ୍ରିରେ ଜିଲାର ଚାଷୀମାନେ ନାନା ସମସ୍ୟାରେ...

ଭବାନୀପାଟଣାରେ ମାଙ୍କଡ଼ ଆତଙ୍କ ଜାରି

ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୁଣି ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ସହରର ଗୋଦାମପଡ଼ାରେ ଗୋଟିଏ ମାଙ୍କଡ଼ ପ୍ରାୟ ୧୫ ଜଣଙ୍କୁ...

ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri