Categories: ଫୁରସତ

ମା-ବାପା ଗାଳି କରିବାରୁ ନାବାଳକ ନେଲେ ଏମିତି ନିଷ୍ପତ୍ତି, ଯାହା ଆଗରୁ କେବେ ଶୁଣି ନ ଥିବେ

ପିଲାମାନେ ଦୁଷ୍ଟ ହେଲେ କିମ୍ବା କିଛି ଭୁଲ କଲେ ମା-ବାପା ଗାଳି ଦେବା ସାଧାରଣ କଥା। ମାତ୍ର ଜଣେ ନାବାଳକ ମା-ବାପାଙ୍କ ଗାଳି ଶୁଣି ରାଗି କି ଏମିତି କିଛି କାମ କରିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ୧୪ ବର୍ଷ ବୟସରେ ସେ ଘର ପରିସରରେ ଥିବା ବଗିଚାରେ ଏକ ଗାତ ଖୋଳିଥିଲେ। ବର୍ତ୍ତମାନ ୬ ବର୍ଷ ପରେ ଏହି ଶିଶୁର କଠିନ ପରିଶ୍ରମର ସୁଫଳ ଦେଖିବାକୁ ମିଳିଛି। ତାଙ୍କ ପ୍ରତିଭା ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।

ଏହି କାହାଣୀ ସ୍ପେନ୍‌ ଅଞ୍ଚଳର। ଏଠାକାର ଆଣ୍ଡ୍ରେଶ କ୍ୟାଣ୍ଟୋ ନାମକ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ତାଙ୍କ ମା-ବାପା ଟ୍ରାକ୍‌ଶୁଟ୍‌ ପିନ୍ଧି ଗାଁ ଭିତରକୁ ଯିବା ପାଇଁ ମନା କରିଥିଲେ। ଏଥିରେ ରାଗି ଯାଇଥିଲେ କ୍ୟାଣ୍ଟୋ। ସେ ରାଗିକି ଏକ କୋଦାଳ ନେଇ ଘର ନିକଟରେ ଥିବା ବଗିଚା ଖୋଳିବା ଆରମ୍ଭ କରିଥିଲେ। ବର୍ତ୍ତମାନ କ୍ୟାଣ୍ଟୋ ୨୦ ବର୍ଷର ହୋଇସାରିଲେଣି। ତାଙ୍କ ନିକଟରେ ଏବେ ଗୋଟିଏ ଅଣ୍ଡଗ୍ରାଉଣ୍ଡ ଘର ରହିଛି। ଏହା ଭିତରେ ଆପଣ ଦେଖିବେ ଲିଭିଂ ରୁମ୍‌ ଏବଂ ବେଡ୍‌ରୁମ୍‌ ବି ରହିଛି।

ଆଜିର ସମୟରେ ଆଣ୍ଡ୍ରେଶ ଜଣେ ଅଭିନେତା। ସ୍କୁଲରୁ ଫେରିବା ପରେ ଆଣ୍ଡ୍ରେଶ ପ୍ରତିଦିନ ବଗିଚା ଖୋଳୁଥିଲେ। ତାଙ୍କ ବନ୍ଧୁ ଆଣ୍ଡ୍ରିୟୁ ଏକ ଡ୍ରିଲ ମେଶିନ ଆଣିଥିଲେ। ଦୁଇ ବନ୍ଧୁ ମିଶି ପ୍ରତିଦିନ ୧୪ ଘଣ୍ଟା ଖୋଳା କାମ କରୁଥିଲେ। ଏବେ ଏକ ଅଣ୍ଡରଗ୍ରାଉଣ୍ଡ ଘର ତିଆରି କରିଛନ୍ତି। ଏହି ଘରେ ବିଭିନ୍ନ ସୁବିଧା ରହିଛି। ଗୁମ୍ଫା ପରି ଏହି ଘରେ ହିଟିଂ ଏବଂ ମ୍ୟୁଜିକ୍‌ ସିଷ୍ଟମ ଥିବା ବେଳେ ଓ୍ବାଇଫାଇ ସୁବିଧା ମଧ୍ୟ ରହିଛି। ସେ ଏହାକୁ ଆହୁରି ସୁନ୍ଦର କରିବାକୁ ଚାହୁଁଛନ୍ତି।

Share