ନୂଆଦିଲ୍ଲୀ,୬।୮:କରୋନା ଭାଇରସ୍ ଲାଗି ଦେଶର ସେବା କ୍ଷେତ୍ର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ୫ ମାସ ହେବ ଏହି କ୍ଷେତ୍ରରେ ପର୍ଫର୍ମାନ୍ସ ହ୍ରାସ ଧାରା ଜାରି ରହିଛି। ଜୁଲାରେ ମାସରେ ଏହି କ୍ଷେତ୍ରରେ ଅଭିବୃଦ୍ଧି କମିଛି। ଚାହିଦା ପ୍ରଭାବିତ ରହିବାରୁ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନକୁ ଆହୁରି ବ୍ୟବସ୍ଥିତ କରିଛନ୍ତି। ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଥିବା ଘଟଣା ସାମ୍ନାକୁ ଆସିଛି। ଆଇଏଚ୍ଏସ୍ ମାର୍କିଟ ଇଣ୍ଡିଆ ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ସର୍ଭିସେସ୍ ବିଜ୍ନେସ ଆକ୍ଟିଭିଟି ସୂଚୀ ୩୪.୨% ସ୍ତରରେ ରହିଛି। ଏହି ସଂଖ୍ୟା ୫୦% ନିମ୍ନରେ ରହିଲେ ସେବା କ୍ଷେତ୍ରରେ ହ୍ରାସ ହୋଇଛି ବୋଲି ବୁଝାପଡିବ। ବଜାର ବର୍ତ୍ତମାନ କ୍ଷତିରେ ରହିଥିବାରୁ ଏହା ଟ୍ରାକ୍କୁ ଫେରିବା ଲାଗି ସମୟ ଲାଗିବ। ଜିଡିପି ଚଳିତ ବର୍ଷ ୬% ଖସିବା ନେଇ ଆକଳନ କରାଯାଇଛି। ଏହା ସେବା କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଆଇଏଚ୍ଏସ୍ ମାର୍କିଟର ଅର୍ଥନୀତିଜ୍ଞ ଲୁଇସ୍ କୁପର ସୂଚନା ଦେଇଛନ୍ତି।