ସମୁଦ୍ରରେ ଭାସିଗଲା ହରିଣ

କୋଣାର୍କ,୧୧।୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ସୋମବାର ଅପରାହ୍ନରେ ଏକ ହରିଣ ପାଣି ପିଇବା ପାଇଁ ସମୁଦ୍ରକୁ ଯାଇ ଭାସି ଯାଇଥିଲା। ସେଠାରେ ଉପସ୍ଥିତ ଲାଇଫ ଗାର୍ଡ ଏହା ଦେଖି ହରିଣଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗକୁ ଦେବା ପରେ ହରିଣଟିର ଚିକିତ୍ସା କୋଣାର୍କ ପ୍ରାଣୀ ଚିକିତ୍ସା ଅଧିକାରୀ ଦ୍ରୁମନ କୁମାର ବେହେରାଙ୍କ ଦ୍ୱାରା କରାଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହୋଇ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ହରିଣମାନେ ଖାଦ୍ୟ ଅନ୍ବେଷଣରେ ଏଣେତେଣେ ପଳାଉଥିବା ନଜର ରହିଛି। ଉଦ୍ଧାର ହରିଣଟିର ଚିକିତ୍ସା ପରେ ସୁସ୍ଥ ରହିଥିବା କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି।

Share