Categories: ଜାତୀୟ

ସିଡିଏସ୍‌ ବିପିନ ରାୱତଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। ଏହି ଭୟଙ୍କର ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ ବିପିନ ରାୱତଙ୍କ ଘରେ ପହଞ୍ଚିଛନ୍ତି। ସେ ଏଠାରେ ତାଙ୍କ ଝିଅଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଆସନ୍ତାକାଲି ସରକାର ସଂସଦରେ ଏକ ବିବୃତ୍ତି ଜାରି କରିବେ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଏମ୍‌ଆଇ ସିରିଜ ସେନା ହେଲିକପ୍ଟର କୋଏମ୍ବାଟୁରର ସୁଲୁର ବାୟୁସେନା ବେସରୁ କୁନ୍ନୁରର ୱେଲିଙ୍ଗଟନ୍‌କୁ ଯାଉଥିଲା। ଖରାପ ପାଗ ଯୋଗୁ ହଠାତ୍‌ ଏହି ଦୁର୍ଘଟଣା ଘଟିଛି। ଏମ୍‌ଆଇ ସିରିଜର ଏହି ହେଲିକପ୍ଟରଟି ଅତ୍ୟନ୍ତ ସୁରକ୍ଷିତ ବୋଲି ବିବେଚନା କରାଯାଏ।

Share