ବିଳମ୍ବ ହେଉଛି ପାଇପ୍‌ ଗ୍ୟାସ୍‌ ଯୋଗାଣ

ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍‌ ଯୋଗେ ଘରୋଇ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ ପାଇପ୍‌ ବିଛା କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇ ନ ଥିବାରୁ ଏହି ପ୍ରକଳ୍ପ ବିଳମ୍ବ ହେଉଛି।
ସୂଚନା ଅନୁସାରେ, ରାଉରକେଲା ସହରରେ ଉପଭୋକ୍ତାଙ୍କ ଘରକୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇ ଦେବା ପାଇଁ ୨୦୧୯ରେ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସ ରେଗୁଲେଟିଂ ବୋର୍ଡ (ପିଏନ୍‌ଜିଆରବି) ପରିଚାଳିତ ସିଟି ଗ୍ୟାସ ଡିଷ୍ଟ୍ରବ୍ୟୁଶନ (ସିଜିଡି) ସେବା ବା ଘରୋଇ ଗ୍ୟାସ ପାଇପ୍‌ ସେବା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଶେଷ ହେଲେ ଗ୍ୟାସ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ) ଦ୍ୱାରା ପାଇପ ଯୋଗେ ଏହି ଗ୍ୟାସ ଯୋଗାଣ କରାଯିବ। ଫଳରେ ରାଉରକେଲା ଶିଳ୍ପାଞ୍ଚଳ, କୋଏଲନଗର, ଶକ୍ତିନଗର, ଜଗଦା, ଏନ୍‌ଆଇଟି, ଛେଣ୍ଡ, ବାସନ୍ତୀ କଲୋନୀ, ସିଭିଲଟାଉନଶିପ୍‌ ସମେତ ସୁନ୍ଦରଗଡ଼ ଜିଲାର ବ୍ଲକର ହିତାଧିକାରୀ ପାଇପ୍‌ ଯୋଗେ ଗ୍ୟାସ୍‌ ପାଇପାରିବେ। ତେବେ ଏହି ଯୋଜନା ଏବେ ବିଳମ୍ବ ହେବାରେ ଲାଗିଛି। ରାଉରକେଲାରେ ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ପଞ୍ଜୀକରଣ ଓ ପାଇପ ଲାଇନ ଇନଷ୍ଟଲ ହୋଇଥିବା ବେଳେ ସେମାନେ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ଲୋକଙ୍କୁ ପାଇପ ଗ୍ୟାସ ଯୋଗାଣ ହେଲେ ପ୍ରଦୂଷଣ ହ୍ରାସ ସହ କମ୍‌ ଖର୍ଚ୍ଚରେ ଇନ୍ଧନ ପାଇପାରିବେ। ତେବେ କୋଭିଡ଼ ସମୟରେ ଉକ୍ତ ପ୍ରକଳ୍ପ ଲକ୍ଷ୍ୟ ଛୁଇଁ ଆସୁଥିବା ବେଳେ ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ପ୍ରତିବନ୍ଧକ ସାଜିଥିଲା। ପାଇପ ଲାଇନ ବିଛା ହୋଇଥିବା ସ୍ଥାନରେ ଅନ୍ୟ ନିର୍ମାଣ ଯୋଗୁ ବ୍ୟାପକ କ୍ଷତିଗସ୍ତ ହୋଇଥିଲା। ଯାହାଦ୍ୱାରା ପ୍ରକଳ୍ପ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବିତ ହେବାରେ ଲାଗିଛି। ସେକ୍ଟର ୧୫ରୁ ଝିରପାଣି ପର୍ଯ୍ୟନ୍ତ ୫.୪ କିମି ପାଇପ୍‌ ବିଛାକାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଅନ୍ୟ ନିର୍ମାଣ କରାଯିବାରୁ ହିଲଟପ୍‌ରୁ ଝିରପାଣି ସାନ୍ସବେରୀ ଡିପାର୍ଟମେଣ୍ଟାଲ ଷ୍ଟୋର ପର୍ଯ୍ୟନ୍ତ ପ୍ରାୟ ୧.୪ କିମି ପାଇପ୍‌ ଲାଇନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ କୋଏଲନଗର ଅଞ୍ଚଳକୁ ଏହି ସୁବିଧା ମିଳିବା ଆହୁରି ବିଳମ୍ବ ହେବ। ସେହିପରି ଛେଣ୍ଡ ଅଞ୍ଚଳରେ ସ୍ବେରେଜ ବୋର୍ଡ ଓ ଅନ୍ୟ ପ୍ରକଳ୍ପ ଯୋଗୁ ଗ୍ୟାସ ପାଇପ ଲାଇନ ନଷ୍ଟ ହୋଇଛି। ସେହିପରି ସିଭିଲଟାଉନଶିପ୍‌ ସମେତ ଅନ୍ୟ ଅଞ୍ଚଳରେ ସମାନ ପରିସ୍ଥିତି। ତେବେ ନଷ୍ଟ ହୋଇଥିବା ପାଇପ୍‌ଗୁଡିକୁ ଗେଲ୍‌ ପକ୍ଷରୁ ମରାମତି ଆରମ୍ଭ କରାଯାଇଥିଲେ ମଧ୍ୟ ଏହା ସମୟସାପେକ୍ଷ ବୋଲି କୁହାଯାଇଛି।
ଏ ସମ୍ପର୍କରେ ଗେଲ୍‌ର ମୁଖ୍ୟ ପ୍ରବନ୍ଧକ କିନସୁକ ସରକାର କହିଛନ୍ତି, ଆର୍‌ଏମ୍‌ସି ଏବଂ ଅନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁ ଏହି ସେବା ବିଳମ୍ବିତ ହେଉଛି। ଫଳରେ ଆମେ କୋଏଲନଗର, ସିଭିଲଟାଉନଶିପ୍‌ ଓ ଛେଣ୍ଡକୁ ଗ୍ୟାସ ଯୋଗାଣ କରିବାକୁ ବହୁ ପଛରେ ପଡ଼ିଯାଇଛୁ। ତେବେ ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଛେଣ୍ଡରେ ପାଇପ ଗ୍ୟାସ ଯୋଗାଣ କରାଯିବ। ଅତିଶୀଘ୍ର ଏନ୍‌ଆଇଟି ବ୍ୟାକପୋଷ୍ଟ ଅଞ୍ଚଳରେ ଏକ ଚାର୍ଜିଂ ପଏଣ୍ଟ ନିର୍ମାଣ ହେବ। ଯାହାଦ୍ୱାରା ଏନ୍‌ଆଇଟି, ଶକ୍ତିନଗର, ଜଗଦା ଅଞ୍ଚଳବାସୀ ପାଇପ ଗ୍ୟାସ ସହଜ ଓ ସୁଲଭରେ ପାଇବେ ବୋଲି ସରକାର କହିଥିଲେ।
ସୂଚନାଯୋଗ୍ୟ, ପିଏନ୍‌ଜିଆରବି ଅନ୍ତର୍ଗତ ସିଜିଡ଼ି ପ୍ରକଳ୍ପ ଜରିଆରେ ଘରୋଇ, ବ୍ୟବସାୟିକ ଓ ଉଦ୍ୟୋଗଗୁଡ଼ିକୁ ପାଇପ୍‌ ଗ୍ୟାସ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି। ଜିଲାରେ ୧୨୧୩୦.୭୦ ବର୍ଗ କିମି କ୍ଷେତ୍ରରେ ଲଡୁଣୀପଡ଼ା, ଲଇକେରା, ହିମଗିରି, ଲେଫ୍ରିପଡ଼ା, ବାଲିଶଙ୍କରା, ଟାଙ୍ଗରପାଲ୍ଲୀ, ସୁନ୍ଦରଗଡ଼, ସବଡ଼େଗା, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା, ଲାଠିକଟା, ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ପାଇପ ବିଛାକାର୍ଯ୍ୟ ହେବ। ଘରୋଇ ଯୋଗାଣ ପାଇଁ ୫ଶହ ଇଞ୍ଚ୍‌ର ନେଟୱର୍କ ବିଛାଯିବ। ଜଗଦୀଶପୁର-ହଳଦିଆ-ଧାମରା-ବୋକାରୋରୁ ରାଉରକେଲାକୁ ଗ୍ୟାସ ଯୋଗାଣ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri