Categories: ଜାତୀୟ

ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍‌ଲାଇନ ଯୋଗେ ଯୋଗ କ୍ଲାସ ଆୟୋଜନ ହେବ ବୋଲି ସେ କହିଛନ୍ତି। ଏକ ଟିମ୍‌ ୧୫ ଜଣଙ୍କ ବ୍ୟାଚ୍‌ରେ କ୍ଲାସ ପରିଚାଳନା କରିବେ। ତେବେ ପଞ୍ଜୀକରଣ ପାଇଁ ସେମାନଙ୍କୁ ଲିଙ୍କ୍‌ ପଠାଇ ଦିଆଯିବ। ଏହି ଯୋଗ କ୍ଲାସ ସକାଳ ୬ଟାରୁ ଦିନ ୧୧ ପର୍ଯ୍ୟନ୍ତ ମୋଟ୍‌ ୮ଟି କ୍ଲାସ ଅନୁଷ୍ଠିତ ହେବ।

 

Share