Categories: ଜାତୀୟ

କୋହଳ ହେଲା କରୋନା ନିୟମ

ନୂଆଦିଲ୍ଲୀ,୨୭।୧: କୋଭିଡ୍‌ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ ଏବଂ ବାର୍‌ ଗୁଡିକ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ତ୍ତମାନ ପାଇଁ ବନ୍ଦ ରହିବ । ବିବାହ ସମାରୋହରେ ଲୋକଙ୍କ ସଂଖ୍ୟାକୁ ସରକାର ୨୦୦କୁ ବୃଦ୍ଧି କରିଛନ୍ତି। ବେସରକାରୀ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Share