Posted inଜାତୀୟ

ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ରାୟପୁର,୧୮।୭: ଛତିଶଗଡ଼ର ରାୟପୁରର ଖମ୍ହାରଡିହ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଅନୁପମ ନାଗରରେ ଦୁଇଟି ପିଟବୁଲ କୁକୁର ଡେଲିଭରି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରଥିବା ଦେଖାଯାଇଛି। ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା, ଯେତେବେଳେ ସଲମାନ ଖାନ ନାମକ ଜଣେ ଡେଲିଭରି ବୟ ଡାକ୍ତରଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ପ୍ରବେଶ କରିଥିଲେ, ସେଠାରେ ଉପସ୍ଥିତ ଥିବା ଦୁଇଟି ପିଟବୁଲ କୁକୁର ତାଙ୍କୁ କାମୁଡ଼ିବା ପାଇଁ ଦୌଡିଥିଲେ। ଭିଡିଓରେ ସଲମାନଙ୍କୁ କୁକୁର କାମୁଡୁଥିବା ଓ ସେ ଜୀବନ ବିକଳରେ ବାହାରକୁ ଚାଲି ଯାଉଥିବା ଦେଖାଯାଇଛି।
ଭିଡିଓରେ ଦେଖାଯାଉଛି ଯେ ଏତେ ରକ୍ତାକ୍ତ ହୋଇଥିଲେ ମଧ୍ୟ ଡେଲିଭରି ବୟ ସେହି ଭୟଙ୍କର କୁକୁରମାନଙ୍କ ସହିତ ଏକାକୀ ଲଢୁଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁନାହାଁନ୍ତି। ତେଣୁ, ନିଜକୁ ବଞ୍ଚାଇବା ପାଇଁ ସେ ଏକ ପାର୍କିଂ କାର ଉପରକୁ ଚଢଯାଇଛନ୍ତି।
ଏହାପରେ ସେ ସାହାଯ୍ୟ ମାଗୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କୁ ପାରଇ ଦେଉଥିବା ଦେଖାଯାଇଛି।
ଏହି ଭିଡିଓକୁ ଦେଖିବା ପରେ ଅନେକ କୁକୁର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କର ଉପଯୁକ୍ତ ଚିକିତ୍ସା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri