Categories: ଫୁରସତ

ମହିଳାଙ୍କୁ ପ୍ରେମ ନିବେଦନ କରି ଡେଲିଭରି ବୟଙ୍କ ଚାକିରି ଗଲା

ଲକ୍ଷ୍ନୌ: ନିକଟରେ ଜଣେ ପିଜ୍ଜା ଡେଲିଭରି ବୟ ଜଣେ ଗ୍ରାହକଙ୍କୁ ପ୍ରେମ ନିବେଦନ କରିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ବର୍ତ୍ତମାନ ସମସ୍ତ ଡେଲିଭରି ବୟ ଖୁବ୍‌ କମ୍‌ ସମୟରେ ଅଡର ଜିନିଷ ଘରେ ପହଞ୍ଚାଇ ଦେଇପାରୁଛନ୍ତି । ଏହି ଜିନିଷ ପହଞ୍ଚାଇବା ବେଳେ ଫୋନ ନମ୍ବରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହି ନମ୍ବର ଜରିଆରେ କିଏ ବି କାହାକୁ ହଇରାଣ କରିପାରିବ।
ତେବେ ଉତ୍ତରପ୍ରଦେଶରେ ସେପରି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ପିଜ୍ଜା ଡେଲିଭରି ବୟ ଜଣେ ମହିଳା ଗ୍ରାହକଙ୍କୁ ଚାଟରେ ପ୍ରେମ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଡେଲିଭରି ବୟ ଡୋମିନୋଜ୍‌ଠାରୁ ମହିଳାଙ୍କ ଠିକଣା, ଫୋନ ନମ୍ବର ସଂଗ୍ରହ କରିବା ପରେ ଏପରି କାମ କରିଛନ୍ତି। ପ୍ରକୃତରେ ଏହି ଘଟଣା ସେତେବେଳେ ସାମ୍‌ନାକୁ ଆସିଲା; ଯେତେବେଳେ କନିଷ୍କା ଦଧିଚି ନାମକ ମହିଳା ମେସେଜ୍‌ ଚାଟ୍‌ର ସ୍କ୍ରିନଶଟ୍‌ ଟୁଇଟରରେ ଶେୟାର କଲେ। ତାଙ୍କର ଏହି ଟୁଇଟ୍‌ ଭାଇରାଲ ହେବା ପରେ ୟୁପି ପୋଲିସ ମେସେଜ୍‌ କରିଥିବା କବିର ନାମାକ ଯୁବକଙ୍କୁ ଖୋଜିବା ଆରମ୍ଭ କଲା। କବୀର ଏପରି କରିଥିବାରୁ ଡୋମିନୋଜ୍‌ ତାଙ୍କୁ ଚାକିରିକୁ ବିଦା କରିଦେଲା।

 

Share