Posted inଜାତୀୟ

ଜାତି ଜନଗଣନା ଦାବି ଜୋର ଧରିଲା

ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛି। ଏହାଦ୍ୱାରା ଲୋକଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରାଯିବା ସହ ସାମାଜିକ ସଶକ୍ତୀକରଣ କାର୍ଯ୍ୟକ୍ରମ ପାଇଁ ଏକ ଦୃଢ଼ ମୂଳଦୁଆ ପଡ଼ିପାରିବ। ଜାତି ଜନଗଣନାରୁ ବିହାରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮୪ ପ୍ରତିଶତ ବୋଲି ପ୍ରମାଣିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସଂଖ୍ୟା ଅନୁଯାୟୀ ସେମାନଙ୍କୁ ଭାଗ ମିଳିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି। କେନ୍ଦ୍ର ସରକାରରେ ୯୦ ସଚିବଙ୍କ ମଧ୍ୟରୁ ମାତ୍ର ୩ ଜଣ ଓବିସି ହୋଇଥିବାବେଳେ ସେମାନେ ବଜେଟର ମାତ୍ର ୫ ପ୍ରତିଶତ ପରିଚାଳନା କରିଥାନ୍ତି। ସେଥିପାଇଁ ଭାରତର ଜାତି ପରିସଂଖ୍ୟାନ ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ ଏକ୍ସ’ରେ ପୋଷ୍ଟ କରିଥିଲେ। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କରିଥିବା ଜନଗଣନାର ଫଳାଫଳକୁ ମୋଦି ସରକାର ଚାପି ଦେଇଥିଲେ। ବିହାର ସରକାରଙ୍କ ଜାତି ଜନଗଣନା ଭଳି କେନ୍ଦ୍ର ସରକାର ମଧ୍ୟ ଜାତୀୟ ସ୍ତରରେ ଅନୁରୂପ ସର୍ଭେ ତୁରନ୍ତ କରିବାକୁ ଜୟରାମ ଆହ୍ବାନ ଦେଇଛନ୍ତି। ଯଦି ମୋଦି ସରକାର ଜାତି ଜନଗଣନା ନ କରନ୍ତି, ତେବେ କଂଗ୍ରେସ ସରକାର ଗଢ଼ିବା ପରେ ଖୁବ୍‌ଶୀଘ୍ର ଏହି ସର୍ଭେ ହେବ ଏବଂ ପ୍ରତ୍ୟେକ ବର୍ଗ ସେମାନଙ୍କ ଅଧିକାର ପାଇବେ ବୋଲି ବିରୋଧୀ ଦଳ କହିଛି।
ଅନ୍ୟପକ୍ଷରେ ଜାତିଭିତ୍ତିକ ସର୍ଭେ କେବଳ ଲୋକ ଦେଖାଣିଆ କହି ଭାଜପା ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସମାଲୋଚନା କରିଛନ୍ତି। ଜାତି ଜନଗଣନା ରିପୋର୍ଟକୁ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନ ସମାଲୋଚନା କରି ନୀତୀଶ କୁମାର ସରକାର ବିହାର ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ଲାଗି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। କେତେକ ଲୋକ ଜାତି ଓ ଧର୍ମ ନାଁରେ ବିଭାଜନ ସୃଷ୍ଟି କରୁଛନ୍ତି। ନୀତୀଶଙ୍କୁ ତାଙ୍କ ରାଜନୀତି ପାଇଁ ଲୋକେ ବିଶ୍ୱାସକୁ ନେବେ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି ନେତା କହିଛନ୍ତି। ଅନ୍ୟପକ୍ଷରେ ଜାତୀୟସ୍ତରରେ ଅନୁରୂପ ଜାତି ସର୍ଭେ ରିପୋର୍ଟ ଆସିବା ଆବଶ୍ୟକ ବୋଲି ଇଣ୍ଡିଆ ମେଣ୍ଟରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି କହିଛି। କେନ୍ଦ୍ର ସରକାର ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କୁ ନ୍ୟାୟ ଦେବାକୁ ଚାହୁଁଥିଲେ ଜାତି ଜନଗଣନା କରନ୍ତୁ ବୋଲି ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି। କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଜାତି ଜନଗଣନା କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଛନ୍ତି।
ଜାତି ଜନଗଣନା ରିପୋର୍ଟ ପ୍ରକାଶ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଉପରେ ଆଲୋଚନା ପାଇଁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସମ୍ପର୍କରେ ସେ ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କ ସହ ସବିଶେଷ ଆଲୋଚନା କରିବା ସହ ଆଗକୁ କ’ଣ ପଦକ୍ଷେପ ନେବା ଆବଶ୍ୟକ ମତାମତ ଲୋଡ଼ିବେ। ରାଜ୍ୟର ସମସ୍ତ ୯ଟି ଯାକ ଦଳ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଜାତିଗତ ସର୍ଭେ ଫଳାଫଳରୁ ରାଜ୍ୟର ପ୍ରତ୍ୟେକ ପରିବାରର ଆର୍ଥତ୍କ ସ୍ଥିତି ଜଣାପଡ଼ିଛି। ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ନୀତୀଶ ଗଣମାଧ୍ୟମକୁ କହିଛନ୍ତି। ବିହାର ଜାତିଗତ ସର୍ଭେ ଫଳାଫଳ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଚ୍ୟାଲେଞ୍ଜ କରାଯାଇପାରିବ। ଏହା ୯୦ ଦଶକର ମଣ୍ଡଳ ରାଜନୀତିରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବ ବୋଲି ସମୀକ୍ଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri