ନିଯୁକ୍ତି ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ

ଜେନାପୁର,୨୭ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥ ଏଭର ସଣ୍ଡାଇ ନାମକ କମ୍ପାନୀ ରହିଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସ୍ଥାନୀୟ ଲୋକେ ନିଯୁକ୍ତି ଦାବି କରି କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି।

Share