ମେଡିିକାଲ କଲେଜ ସ୍ଥାପନ ଦାବି ଜୋର ଧରିଲା

ଭଦ୍ରକ ଅଫିସ,୧୭ା୩ : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଦୀର୍ଘବର୍ଷ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସହ ଜିଲା ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଭଦ୍ରକ ଜିଲା ପ୍ରତି ସରକାରଙ୍କ ନକରାମତ୍କ ମନୋଭାବ ଓ ବେଖାତିର ପାଇଁ ଜିଲାବାସୀଙ୍କ ମନରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି।
ଶୁକ୍ରବାର ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଡା. ହରେକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ବୈଲୋଚନ ବେହୁରିଆ, ପୂର୍ବତନ ବିଧାୟକ ନରେନ ପଲେଇ, ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର, ଡା. ପ୍ରଦୀପ ନାୟକ, ଡା. ପ୍ରଭାସ ମହାନ୍ତି, ସୁଦର୍ଶନ ବାରିକ, ପ୍ର. ଅଟଳ ବିହାରୀ ନାୟକ, କୈଳାସ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ଦାସ, ହରମୋହନ ଜେନା, ଡ. ଭାଗବତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମେଡିକାଲ କଲେଜ ଯେ ପର୍ଯ୍ୟନ୍ତ ପ୍ରତିଷ୍ଠା ସରକାର ଘୋଷଣା ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି। ଆଗାମୀ ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଭଦ୍ରକ ଗସ୍ତରେ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତିି କରାଯାଇଛି।