ମାଣ୍ଡିପଙ୍କାକୁ ନୂଆ ପଞ୍ଚାୟତ ଗଠନ ପାଇଁ ଜୋର୍‌ ଧରିଲା ଦାବି

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତଠାରୁ ବହୁ ଦୂରରେ ରହିଥିବା ମାଣ୍ଡିପଙ୍କା ଗ୍ରାମକୁ ପଞ୍ଚାୟତ ଭାବେ ଗଠନ କରାଯିବାକୁ ଅଞ୍ଚଳବାସୀ ଦାବି ଉଠାଇବା ସହ ଟେଲି କମ୍ୟୁନିକେଶନ ସଂଯୋଗ ଦାବି କରିଛନ୍ତି।
ପ୍ରକାଶ ଯେ, ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣା ଘଟିବା ସଙ୍ଗେ ସଙ୍ଗେ ଏହାକୁ ଜିଲା ପ୍ରଶାସନ ଗୁରୁତର ଭାବେ ନେଇ ନିଜେ ଜିଲାପାଳ ଅମ୍ରିତ ଋତୁରାଜ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଗସ୍ତ କରି ତଦନ୍ତ କରିଛନ୍ତି। ଆମ୍ବଟାକୁଆ ନୁହଁ, ବାସି ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟରେ ବିଷ ପ୍ରକ୍ରିୟା ସୃଷ୍ଟି ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ରିପୋର୍ଟ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ କାମ ମିଳୁ ନ ଥିବା ଓ ଚାଷ ପାଇଁ ଜଳର ଅଭାବ ସହ ବିଭିନ୍ନ ସମସ୍ୟା ରହିଛି। ଘଟଣା ପରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କରୁସିନ୍ଧୁ ବେହେରା ଶନିବାର ମାଣ୍ଡିପଙ୍କାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସେ ମୃତକଙ୍କ/ଗୁରୁତରଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ଗ୍ରାମରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଗ୍ରାମବାସୀ ପ୍ରକଳ୍ପ ପ୍ରଶାସକଙ୍କୁ ଗ୍ରାମରେ ରହିଥିବା ସମସ୍ୟାଗୁଡିକ ମଧ୍ୟରେ ବଡ଼ ସମସ୍ୟା ହେଲା ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରାୟ ୧୦ କିଲୋମିଟର ଯିବାକୁ ପଡୁଛି। ଚାଉଳ ଆଣିବା ଓ ବିଭିନ୍ନ କାର୍ଯ୍ୟରେ ଯାତାୟାତ ସମସ୍ୟା ହେଉଛି। ତେଣୁ ଉକ୍ତ ପଞ୍ଚାୟତର ମେରାମହା, ବୁଦୁଲି,ସୁନ୍ଦରପାଙ୍କା, ଖ୍ରୀଷ୍ଟପୁର ଓ ରାଜପୁରକୁ ନେଇ ପଞ୍ଚାୟତ ଗଠନ କରାଯିବାକୁ ସେମାନେ ଦାବି ଜଣାଇଛନ୍ତି।

ସେହିପରି ଶୁଦ୍ଧ ପାନୀୟଜଳ ବସୁଧା ଯୋଜନାରେ ଯୋଗାଇଦେବା ସହ ମୋବାଇଲ ନେଟ୍‌ଓ୍ବର୍କ, ପଣସ ସାହି ସମେତ ଅନ୍ୟ ସାହିକୁ କଂକ୍ରିଟ ରାସ୍ତା ନିର୍ମାଣ ଦାବି କରିଛନ୍ତି। ସମସ୍ତ ଅଭିଯୋଗକୁ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲା ପ୍ରଶାସନକୁ ଅବଗତ କରିବି ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ପ୍ରକଳ୍ପ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image