ଦେବଗଡ଼ ଝିଅଙ୍କୁ ମିଳିଲା ସ୍ବର୍ଣ୍ଣ

ଦେବଗଡ଼,୧୨ା୧୦(ଡି.ଏନ.ଏ):ରାଜସ୍ଥାନର ଜୟପୁର ସ୍ଥିତ ମାଲବ୍ୟ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ର ଏମ୍‌. ଟେକ୍‌ ଛାତ୍ରୀ ଶାଶ୍ୱତୀ ନନ୍ଦ ମେଟ୍ରୋଲୋଜି ଓ ମାଟେରିଆଲ ଇଞ୍ଜିନିୟରିଂ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏନ୍‌ଆଇଟିର ୧୫ତମ ସମାବର୍ତ୍ତନ ଉତ୍ସବରେ କର୍ତ୍ତୃପକ୍ଷ ଶାଶ୍ୱତୀଙ୍କୁ ସ୍ବର୍ଣ୍ଣପଦକରେ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କର ଏହି ସଫଳତା ନିମନ୍ତେ ଦେବଗଡ ଜିଲାର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, ଶାଶ୍ୱତୀ ଦେବଗଡ ନବୋଦୟ ସାହିର ଭାନୁଶଙ୍କର ନନ୍ଦ ଓ ସରୋଜବାଳା ନନ୍ଦଙ୍କ ଝିଅ ଅଟନ୍ତି।

Share