ଦେବଗଡ଼ ବିଧାୟକ ମିଳିଲା ଜାମିନ୍‌

ଦେବଗଡ଼,୭।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶନିବାର ଜାମିନ୍‌ ମିଳିଛି। ଏ ନେଇ ବିଧାୟକଙ୍କ ଓକିଲ ସୂଚନା ଦେଇଛି । ୨ ଜାମିନ୍‌ଦାର ଓ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମାନ୍ୟବର କୋର୍ଟ ଜାମିନ୍‌ ଦେଇଛନ୍ତି ।

ସୂଚନାନୁସାରେ, ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଦେବଗଡ଼ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ଓ ତିଲେଇବଣୀ ବ୍ଲକ ନୋମିନିଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଅଦାଲତରେ ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। କିନ୍ତୁ ବିଧାୟକ ପାଣିଗ୍ରାହୀ ଅସୁସ୍ଥ ହୋଇପଡ଼ିବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଦାଲତ ଜାମିନ୍‌ ଆବେଦନର ଶୁଣାଣି ପାଇଁ ଶନିବାର ତାରିଖ ଧାର୍ଯ୍ୟ ହୋଇଥିଲା।

Share