ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି। ବେଆଇନ ନିଶା ଓ ମାଦକ ଦ୍ରବ୍ୟର କାରବାରକୁ ରୋକିବା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଗଞ୍ଜେଇ କାରବାରରେ ପୋଲିସ ବିଭାଗର ତତ୍ପରତା ଦେଖିବାକୁ ମିଳୁଥିବାବେଳେ ଅବକାରୀ ବିଭାଗ ପଛରେ ପଡ଼ିଛି। ଏଭଳି ପରିସ୍ଥିତିରେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଅବକାରୀ ବିଭାଗ ପକ୍ଷରୁ ୨୦୧୯-୨୦ ରେ ୬.୪୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇ ୬ ଜଣକୁ ଗିରଫ କରାଯାଇଥିଲା। ୨୦୨୦-୨୧ରେ ୨ଟି ମାମଲାରେ ୧୯.୯ କେ.ଜି. ଗଞ୍ଜେଇ ଜବତ କରାଯାଇ ୨ ଜଣକୁ ଗିରଫ, ୨୦୨୧ -୨୨ ରେ ୪ ଟି ମାମଲାରେ ୫୮.୫ କେ.ଜି. ଗଞ୍ଜେଇ ଜବତ କରାଯାଇ ୫ ଜଣଙ୍କୁ ଗିରଫ ଏବଂ ମାତ୍ର ୩ଟି ସାଇକଲ ଜବତ କରାଯାଇଛି। ୨୦୨୨-୨୩ ରେ ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ୩ଟି ମାମଲା ରୁଜୁ କରାଯାଇ ୧୩ କେ.ଜି. ୨୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ୩ ଜଣକୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଜିଲାରେ ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଓ ୨୦୨୨ ଜାନୁଆରୀରୁ ଜୁନ୍‌ ୬ ମଧ୍ୟରେ ୫୬ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଗଞ୍ଜେଇ ଚାଲାଣରେ ବଡ଼ବଡ଼ ମାଫିଆ ଟଙ୍କା ଖଟାଉଛନ୍ତି। ହେଲେ ଚାଲାଣ ବେଳେ କେବଳ ଶ୍ରମିକ ଶ୍ରେଣୀର କେତେଜଣ ଲୋକ ଧରାପଡୁଛନ୍ତି। ପୋଲିସ ଜିଲାରେ ୨୦୨୧ ରେ ୪୬ ଟି ମାମଲା ରୁଜୁ କରି ୧୧୪ ଜଣଙ୍କୁ ଗିରଫ କରିବା ସହ ୩୩ କୁଇଣ୍ଟାଲ ୪୫ କିଲୋ ୧୨୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ୨୦୨୨ରେ ଜୁନ୍‌ ୬ ମଧ୍ୟରେ ୧୧ଟି ମାମଲା ରୁଜୁ କରାଯାଇଛି। ୧୭ ଜଣଙ୍କୁ ଗିରଫ କରାଯାଇ ୨୩ କୁଇଣ୍ଟାଲ ୩୭ କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଚଳିତ ବର୍ଷ ନବରଙ୍ଗପୁର ଜିଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅଧୀନ ବିଏସ୍‌ ପଦରର ବାଣୁଆଗୁଡ଼ା ଗ୍ରାମର ସୁବାସ ବିଷୋୟୀ, ସୁବିର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ୩ ଗଞ୍ଜେଇ ମାଫିଆଙ୍କ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର କୋଠା ବ୍ୟାଜାପ୍ତି କରାଯିବା ସହ ତିନୋଟି ଆକାଉଣ୍ଟରେ ଥିବା ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିବାରେ ନବରଙ୍ଗପୁର ପୋଲିସ ସକ୍ଷମ ହୋଇଛି। ସେହିଭଳି କୋଷାଗୁମୁଡ଼ା ଥାନା ଅଧୀନ ପନରାଗୁଡ଼ାରେ ୨୦୨୦ ନଭେମ୍ବର ୬ ରେ ପ୍ରଭାକର ମାଳି ଓ ତାଙ୍କ ଦୁଇ ଭାଇଙ୍କ ନାମରେ ଥିବା ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି। ତେଣୁ ଜିଲାରେ ଅବକାରୀ ବିଭାଗ ଚେଇଁ ଶୋଇଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ଘରୁ ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ଭାଇଙ୍କ ଜୀବନ

ନବରଙ୍ଗପୁର ୨୧।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ଅଧୀନ ର୍ଟିଲି ଆମ୍ବଗୁଡା ଛକ ନିକଟରେ ଗୁରୁବାର ସକାଳେ ଓ ସନ୍ଧ୍ୟାରେ ୨ଟି ଦୁର୍ଘଟଣା ଘଟିଛି। ସନ୍ଧ୍ୟାରେ ଘଟିଥିବା...

ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌...

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ…

ଝରିଗାଁ,୧୩ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମ ନିକଟରେ ଲକ୍ଷ୍ମୀବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ...

ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

କୋଷାଗୁମୁଡା,୧୧।୧୧(ପ୍ରସାଦ ବିଷୋୟୀ): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ର ବକାୱଣ୍ଡ ରାଜନଗର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ୍‌...

ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା

ଉମରକୋଟ,୭।୧୧(ସନ୍ତୋଷ ଶତପଥୀ): ସାଇବର ଠକେଇର ଶିକାର ହୋଇଛନ୍ତି ଉମରକୋଟର ୫ନମ୍ବର ୱାର୍ଡସ୍ଥିତ ଏକ ଚାଉଳ ମିଲ୍‌ ମାଲିକ ପି. ଚନ୍ଦ୍ରଶେଖର (୩୬)। ଚନ୍ଦ୍ରଶେଖର ଏ ନେଇ...

ଶିଳ୍ପ ବିକାଶକୁ ଝଟକା:ଇଥାନଲ୍‌ ପ୍ରକଳ୍ପରୁ ଓହରିଗଲା ଏଚ୍‌ପିସିଏଲ୍‌

ନବରଙ୍ଗପୁର,୬।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ହେବାକୁ ଥିବା ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌) କମ୍ପାନୀ ଓହରିଯାଇଥିବା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ...

ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ…

ଉମରକୋଟ,୫।୧୧(ସନ୍ତୋଷ ଶତପଥୀ): ବାଇକ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣା ନବରଙ୍ଗପୁର ଜିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri