Categories: ଅନୁଗୋଳ

ଅବକାରୀ ବିଭାଗ ହାତ ଖାଲି

ଅନୁଗୋଳ ଅଫିସ,୭ା୨: ଅନୁଗୋଳ ଉପକଣ୍ଠ ରାଣୀଗୁଡ଼ାର ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତାଙ୍କ ଘରେ ଚଢ଼ାଉ କରିବାର ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗର ହାତ ଖାଲି ରହିଛି। ଚଢ଼ାଉ ପୂର୍ବରୁ ପରିବାର ସହ ଫେରାର ହୋଇଯାଇଥିବା ଜୟପ୍ରକାଶଙ୍କୁ ଏଯାଏ ଗିରଫ କରାଯାଇ ପାରିନାହିଁ। ଅବକାରୀ ବିଭାଗ ଅଧିକାରୀମାନେ ଜୟପ୍ରକାଶଙ୍କ ମୋବାଇଲ୍‌ ଟ୍ରାକ୍‌ କରି କାଣ୍ଡସର ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ମୋବାଇଲ୍‌ ସୁଇଚ ଅଫ୍‌ ହୋଇଯାଇଥିବାରୁ ତାଙ୍କ ସମ୍ପର୍କରେ ଖୋଜଖବର ମିଳୁନାହିଁ। ଅପରପକ୍ଷରେ ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ
ରବିବାର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇ ୩ ଜଣକୁ ଗିରଫ କରାଯାଇଛି। ପଞ୍ଚମହଲା ଅଞ୍ଚଳରେ ରହୁଥିବା ସୁଦର୍ଶନ ମହାନ୍ତିଙ୍କ ଘର ଉପରେ ଚଢାଉ କରାଯାଇ ୪୦ ଲିଟର ନକଲି ବିଦେଶୀ ମଦ, ୨୦ ଲିଟର ସ୍ପିରିଟ ଓ ଏକ ସ୍କର୍ପିଓ ଜବତ କରାଯାଇଛି। ସେହିପରି ତଳମୂଳ ଅଞ୍ଚଳର ମନ୍ଦର ମଲିକ ଓ ଅନୁଗୋଳ ହାଟଛକ ଅଞ୍ଚଳର ବିଛନ୍ଦ ପ୍ରଧାନଙ୍କୁ ଗିରଫ କରାଯାଇଛି।