ନୂଆଦିଲ୍ଲୀ: ଆୟକର(ଆଇଟି) ବିଭାଗ ପକ୍ଷରୁ ୧.୮୧ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଜାରି କରାଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ୧.୭୪ ଲକ୍ଷରୁ ଊର୍ଦ୍ଧ୍ୱ ଟିକସଦାତାଙ୍କୁ ରିଫଣ୍ଡ କରାଯାଇଥିବା ବୁଧବାର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ମଧ୍ୟରେ ୧.୭୪ କୋଟି ଟିକସଦାତାଙ୍କୁ ୬୨,୨୩୧ କୋଟି ଟଙ୍କା ଏବଂ କର୍ପୋରେଟ୍ ଟିକସ ରିଫଣ୍ଡ ବାବଦ ୨.୧୨ ମାମଲାରେ ୧.୧୯ ଲକ୍ଷ କୋଟି ରିଫଣ୍ଡ ଜାରି କରାଯାଇଛି। ୧ ଏପ୍ରିଲ ୨୦୨୦ରୁ ୨୦୨୧ ଜାନୁୟାରୀ ୨୫ ମଧ୍ୟରେ ଏହା ଜାରି କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।