Categories: ରାଜ୍ୟ

କୁହୁଡି ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା, ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧୧।୧: ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହି ଅଛି ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ୱାରା କିଛି ପରାମର୍ଶ ଜାରି କରାଯାଇ ଅଛି।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ଅନୁରୋଧ କରୁଅଛି।

୧. ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବହେଉ ପଛେ ଗାଡି ଧୀରେ ଚଳାନ୍ତୁ।
୨. ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ ଯାହା ଦ୍ୱାରା ଠିକ ସମୟରେ ଗାଡିରେ ବ୍ରେକର ଉପଯୋଗ କରାଯାଇପାରିବ।
୩. କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ୍ଲାଇଟ୍ ଲଗାଇ ରଖନ୍ତୁ।କୁହୁଡି ସମୟରେ ରାସ୍ତାର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗଲ୍ୟାମ୍ପ ବ୍ୟବହାର କରନ୍ତୁ।
୪. କୁହୁଡିରେ ଗାଡି ଚଳାଇବା ସମୟରେ ସଡକ ଚିହ୍ନ ତଥା ଅନ୍ୟ ସଡକ ସଂକେତ ଉପରେ ନଜର ରଖନ୍ତୁ। ରାସ୍ତାର ମୋଡ ଗୁଡିକରେ ସାବଧାନତା ଅବଲମ୍ବନ କରନ୍ତୁ।
୫. କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାନ୍ତୁ ଏବଂ ମୋବାଇଲ, ଇୟର ଫୋନ୍ ଉଚ୍ଚସ୍ୱରରେ ସଙ୍ଗୀତଠୁ ଦୁରେଇ ରୁହନ୍ତୁ।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ। ନାଗରିକ ମାନଙ୍କୁଅନୁରୋଧ, ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରନ୍ତୁ ଓ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ।

Share