ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କେନ୍ଦ୍ର ହେବା ଦ୍ୱାରା ଚାଷୀମାନେ ଉନ୍ନତମାନର ବିହନ ପାଇପାରିବେ ଓ ଚାଷୀ ଭଲ ଅମଳ କରି ସ୍ବାବଲମ୍ବୀ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲାପାଳ ଅମିତ କୁମାର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ଏଡିଏମ୍‌ ପବିତ୍ର ମୋହନ ବେହେରା, ବିଡିଓ ସୁମନ ମିଞ୍ଜ, ତହସିଲଦାର ରୁଦ୍ରମୋହନ ନାଏକ, ଏସ୍‌ଡିପିଓ ସଦାନନ୍ଦ ମଞ୍ଚାସୀନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃଷିକ୍ଷେତ୍ରରେ ଉନ୍ନତମାନର କାର୍ଯ୍ୟ କରିଥିବା ୨ଟି ସ୍ବୟଂ ସହାୟକ ଗୋଷ୍ଠୀକୁ କୃଷିବିଭାଗ ତରଫରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କୃଷିବିଭାଗର ସମସ୍ତ ଅଧିକାରୀ, ଅଞ୍ଚଳର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ହାଟ କାମରେ ଆସୁନି

ଦାରିଙ୍ଗବାଡ଼ି,୭ା୪ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟକୁ ଏକ ଦଶନ୍ଧିରୁ ଅଧିକା ଦିନ ବିତିଥିଲେ ବି...

୭ବର୍ଷ ପରେ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି

ଝାରସୁଗୁଡ଼ା,୭।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି, ହେଲେ ବି...

ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏସବୁ, ମାନସିକ ସ୍ଥିତି ରହିବ ସୁଦୃଢ଼

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା...

ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା

କଲରାର ସ୍ବାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ...

ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ

କୁହାଯାଏ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’। ମାତ୍ର ବାସ୍ତବରେ ସ୍ବାସ୍ଥ୍ୟ ମନୁଷ୍ୟ ପାଇଁ କେବଳ ସମ୍ପଦ ନୁହେଁ, ସ୍ବାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁକିଛି। କାରଣ ସ୍ବାସ୍ଥ୍ୟ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ପୁନର୍ଗଠନ ହେବ SHG, ଏଥିରେ ଯୋଡ଼ି ହେବେ…

ଭୁବନେଶ୍ୱର,୭ା୪: SHG( ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସରେ ସ୍ବୟଂ ସହାୟକ...

ସତ ହେଉଛି Black Monday ଭୟ! ଷ୍ଟକ ମାର୍କେଟରେ ମାନ୍ଦାବସ୍ଥା, ସେନସେକ୍ସ ୩୩୦୦ ପଏଣ୍ଟ ତଳେ, ଚିନ୍ତାରେ ନିବେଶକ

ନୂଆଦିଲ୍ଲୀ,୭।୪: ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ଶେୟାର ବଜାରର ହ୍ରାସ ଥମିବାର ନାଁ ନେଉନାହିଁ। ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ବିଶେଷଜ୍ଞଙ୍କ ଦ୍ୱାରା କଳା...

ଉତ୍ତର ଓଡ଼ିଶାରେ ୭ ରେଳ ଷ୍ଟେଶନର ନବୀକରଣ

ଭୁବନେଶ୍ୱର,୭ା୪(ଅନୁରାଧା ମହାରଣା): ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image