ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କେନ୍ଦ୍ର ହେବା ଦ୍ୱାରା ଚାଷୀମାନେ ଉନ୍ନତମାନର ବିହନ ପାଇପାରିବେ ଓ ଚାଷୀ ଭଲ ଅମଳ କରି ସ୍ବାବଲମ୍ବୀ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲାପାଳ ଅମିତ କୁମାର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ଏଡିଏମ୍‌ ପବିତ୍ର ମୋହନ ବେହେରା, ବିଡିଓ ସୁମନ ମିଞ୍ଜ, ତହସିଲଦାର ରୁଦ୍ରମୋହନ ନାଏକ, ଏସ୍‌ଡିପିଓ ସଦାନନ୍ଦ ମଞ୍ଚାସୀନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃଷିକ୍ଷେତ୍ରରେ ଉନ୍ନତମାନର କାର୍ଯ୍ୟ କରିଥିବା ୨ଟି ସ୍ବୟଂ ସହାୟକ ଗୋଷ୍ଠୀକୁ କୃଷିବିଭାଗ ତରଫରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କୃଷିବିଭାଗର ସମସ୍ତ ଅଧିକାରୀ, ଅଞ୍ଚଳର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀ ଉପସ୍ଥିତ ଥିଲେ।

Share