Advertisement

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନ୍ସପେକ୍ଟର

କୋରାପୁଟ,୨୬ା୭(ଅମିତାଭ ବେହେରା): କୋରାପୁଟ ପୋଲିସ ମୁଖ୍ୟାଳୟରେ ଡେପୁଟି ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ବୁଧବାର ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ନିଜ ବନ୍ଧୁକର ଗୁଳି ଶ୍ରୀ ବିଶ୍ୱାଳଙ୍କ ବେକରେ ପଶି ମୁଣ୍ଡରେ ବାହାରି ଯାଇଥିବା ଜଣାଯାଇଛି। କୌଣସି କାରଣରୁ ସେ ଏପରି ଚରମ ପଦକ୍ଷେପ ନେବାକୁ ଯାଉଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share