Posted inଜାତୀୟ

ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି

ମୁମ୍ବାଇ,୪।୧୦: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ରହିଥିଲେ। ସେ ଏସଟି କୋଟା ଅନ୍ତର୍ଗତ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନକୁ ବିରୋଧ କରୁଥିବା ବେଳେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ସେ କହିଛନ୍ତି ଯେ ତାଙ୍କର ଦାବି ଶୁଣାଯାଉ ନାହିଁ ତେଣୁ କ୍ରୋଧରେ ସେ ମନ୍ତ୍ରଣାଳୟ ଛାଡିଛନ୍ତି।

ଗତ ଚାରି ଦିନ ଧରି ମହାରାଷ୍ଟ୍ରରେ ଆଦିବାସୀ ବିଧାୟକମାନେ କ୍ରୋଧିତ ଦେଖାଯାଉଛନ୍ତି। ଅକ୍ଟୋବର ୪, ଶୁକ୍ରବାର କ୍ୟାବିନେଟର ଦିନ ଏବଂ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବାର ଥିଲା, କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ। ଏହି ସମୟରେ କ୍ରୋଧିତ ବିଧାୟକ ନିଜ ସରକାର ବିରୋଧରେ ପ୍ରତିବାଦ କରି ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ।

କୁହାଯାଉଛି ଯେ ନରହରୀ ଝିରୱଲ ତାଙ୍କୁ ଭେଟିବା ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେ ସେଠାରେ ତାଙ୍କୁ ଭେଟି ପାରିନଥିଲେ। ଏହା ପରେ ଶୁକ୍ରବାର ସେ ପୁଣି ମନ୍ତ୍ରଣାଳୟରେ ପହଞ୍ଚି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ। ଏହି କ୍ରୋଧ ଯୋଗୁଁ ସେ ଏମିତି ପଦକ୍ଷେପ ନେଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ନରହରୀ ଝିରୱଲଙ୍କ ପରେ ଅନ୍ୟ କେତେକ ଆଦିବାସୀ ବିଧାୟକ ମଧ୍ୟ ଡେଇଁପଡିଥିଲେ। ତେବେ ଜାଲି ଥିବାରୁ ସମସ୍ତ ନେତା ଅଳ୍ପକେ ବର୍ତ୍ତି ଯାଇଥିଲେ। ସମସ୍ତ ନେତା ଜାଲି ଉପରେ ଠିଆ ହୋଇ ସ୍ଲୋଗାନ ଦେବା ଆରମ୍ଭ କଲେ। ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଜାଲରୁ ହଟାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…

ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ...

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ

ଥିରୁଭାନନ୍ତପୁରମ,୪।୧୦: ଶୁକ୍ରବାର ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଉଡ଼ାଣ ପରେ ବିମାନରୁ ଧୂଆଁ ବାହାରିବା...

ଶେଷରେ ଅନଶନ ଭାଙ୍ଗିଲେ ସୋନମ ଓ୍ବାଙ୍ଗଚୁକ୍‌: କହିଲେ- ଶୀଘ୍ର ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ…

ନୂଆଦିଲ୍ଲୀ,୪।୧୦: କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ଓ୍ବାଙ୍ଗଚୁକ୍‌ ନିଜର ଅନଶନ ଭାଙ୍ଗିଛନ୍ତି । ସେ ଲଦାଖର କିଛି ଲୋକଙ୍କ ସହ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

ତିରୁପତି ମନ୍ଦିର ଲଡୁ ବିବାଦ: ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri