ନୂଆ ସଂସଦର ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ ହାତକୁ ଯାଇଛି । ବୁଧବାର ଏନେଇ ସୂଚନା ମିଳିଛି । କମ୍ପାନୀ ଏଥିପାଇଁ ୮୬୧.୯କୋଟି ଟଙ୍କାରେ ଚୁକ୍ତି କରିଛି । ଚଳିତ ମୌସୁମୀ ଅଧିବେଶନ ପରେ ଏକ ନୂଆ ଗ୍ରାଉଣ୍ଡ ଫ୍ଲୋର ଏବଂ ଦୁଇ ମହଲା ତ୍ରିରଙ୍ଗା ଆକୃତିର କୋଠା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।