ମରାମତି ଶେଷ ନ କରି ଠିକାଦାର ଫେରାର

କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍‌ ପ୍ରେରିତ ହେଉଛି ତ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଆବଣ୍ଟିତ ଅର୍ଥରାଶି ହରିଲୁଟ କରୁଥିବା ଅଭିଯୋଗ ହେଉଛି। ମାତ୍ର ଯେତେ ଅଭିଯୋଗ ହେଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ କାଗଜକଲମରେ ସୀମିତ ରହୁଛି। ଠିକାଦାର ଓ ଦାୟିତ୍ୱରେ ଥିବା ଯନ୍ତ୍ରୀମାନେ ମିଳିମିଶି ବିପୁଳ ସରକାରୀ ଅନୁଦାନ ଆତ୍ମସାତ କରୁଥିବା ଆଲୋଚନା ହେଉଛି। ଏଠାରେ ରଗଡ଼ିଠାରୁ କିଆପଦା ଭାୟା କୋରାବନ୍ଦୀ ୫.୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି। ଏହି ରାସ୍ତାର ମରାମତି କାମକୁ ଠିକାଦାର ଶେଷ ନ କରି ଛାଡ଼ି ପଳାଇଛନ୍ତି। ଏନେଇ ଧରିତ୍ରୀରେ ଗତ ୨୩ ତାରିଖରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ଉପଯୁକ୍ତ ତଦନ୍ତ କରି ତୁରନ୍ତ ରାସ୍ତାର ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ପରେ ୧୨ା୧୧ା୨୦୨୦ରେ ଏହାର ମରାମତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୨.୫୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ବରାଦ ହୋଇଥିବାବେଳେ ୬ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଥିଲା। କଟକ ଜିଲା ଅଢେଇଗୁଣ୍ଡି ଅଞ୍ଚଳର ଠିକାଦାରଙ୍କୁ ଏହି ରାସ୍ତାର ଟେଣ୍ଡର ମିଳିଥିଲା। କାର୍ଯ୍ୟାଦେଶ ପାଇ ଠିକାଦାର ମରାମତି ଆରମ୍ଭ କରିଥିଲେ। ମାତ୍ର ଠିକାଦାର ଯନ୍ତ୍ରୀଙ୍କ ସହଭାଗିତାରେ ଅତ୍ୟନ୍ତ ନିମ୍ନମାନର କାମ କରି କିଆପଦା ପ୍ରାଇମେରି ସ୍କୁଲ ନିକଟରୁ କୋରାବନ୍ଦୀ ମଧ୍ୟଭାଗ ଯାଏ ୪ କି.ମି. ରାସ୍ତା ମରାମତି କରିଥିବା ଅଭିଯୋଗ କରି କିଆପଦା ଓ କୋରାବନ୍ଦୀ ଗ୍ରାମବାସୀ ଯାଜପୁର ଜିଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସେତେବେଳେ ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରାଙ୍କ ଉପସ୍ଥିତିରେ ଏହାର ତଦନ୍ତ କରାଯାଇଥିଲା। କାମ ନିମ୍ନମାନର ହେଉଥିବା ଜାଣିବାକୁ ପାଇ ଯନ୍ତ୍ରୀ ବେହେରା ଏହାର ପୁନଃ ମରାମତି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଠିକାଦାର ସେହି ୪ କି.ମି. ରାସ୍ତା ଶେଷ କରି ଦୀର୍ଘ ୩ ବର୍ଷ ହେବ ଫେରାର ହୋଇଯାଇଛନ୍ତି। ଫଳରେ କୋରାବନ୍ଦୀଠାରୁ ରଗଡ଼ି ପର୍ଯ୍ୟନ୍ତ ବାକିଥିବା ୧.୫ କି.ମି. ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ଟି ଗ୍ରାମର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକରେ ପାଣି ଜମିରହୁଛି। ବିଭିନ୍ନ ସମୟରେ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଠିକାଦାର ୪ କି.ମି. କାମ କରି ପ୍ରାୟ ୫୭.୩୩ ଲକ୍ଷ ଟଙ୍କା ବିଲ୍‌ କରିନେଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ସେହିପରି ମାଇଲ ପୋଲ ପୋଷ୍ଟିଂ, ସାଇଡ ଫିଲିଂ, କଲଭର୍ଟ ମରାମତି, ଷ୍ଟୋନ ପ୍ୟାକିଂ ନକରି ଜାଲ ଚିଠା ପ୍ରସ୍ତୁତ କରି ଏହିସବୁ ବାବଦରେ ବିଲ୍‌ ହୋଇଥିବା ଜଣାପଡ଼ିଛି। କାମ ନ କରି କିପରି ୯୦ ପ୍ରତିଶତ ବିଲ୍‌ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ଏଥିରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଏକାଧିକ ଥର ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image