କାଗଜ କଲମରେ ନାଟକର ବିକାଶ

ଅଭୟ କୁମାର ଦାସ

କଥାରେ ଅଛି, ଜୀବନ ଏକ ରଙ୍ଗମଞ୍ଚ। ଏହି ରଙ୍ଗମଞ୍ଚରେ ଆମେ ସମସ୍ତେ ଜଣେ ଜଣେ କଳାକାର। ଥିଏଟର (ରଙ୍ଗମଞ୍ଚ) ଏଭଳି ଏକ ସ୍ଥାନ, ଯେଉଁଠାରୁ ବ୍ୟକ୍ତି ଅନେକ ଘଟଣାକୁ ନିଜ କଳା ମାଧ୍ୟମରେ ଦୁନିଆ ସାମ୍ନାକୁ ଆଣିବାରେ ସକ୍ଷମ ହୋଇଥାଏ। ରଙ୍ଗମଞ୍ଚ ଏଭଳି ଏକ ଶକ୍ତି, ଯେଉଁଠାରୁ କଳାର ଗରିମା ପ୍ରସ୍ଫୁଟିତ ହୋଇଥାଏ, ଯେଉଁଠାରେ କଳାକାର ନିଜ ଅଭିନୟ ମାଧ୍ୟମରେ ଏକ ଅଭୁଲା ଛାପ ଛାଡ଼ିଥାଏ। ୧୯୧୩ରେ ଦାଦା ସାହେବ ଫାଲ୍‌କେଙ୍କ ଦ୍ୱାରା ନିର୍ମିତ ଫିଲ୍ମ ରାଜା ହରିଶ୍ଚନ୍ଦ୍ରରେ ମଣିଷ ଭିତରେ ଲୁଚିଥିବା ପ୍ରକୃତ କଳାର ଚିହ୍ନଟ କରାଯାଇଥିଲା। ଏହା ଏକ ସାଇଲେଣ୍ଟ ଫିଲ୍ମ ଥିଲା। କିନ୍ତୁ ଆଜି ବି ତାହା ପ୍ରତ୍ୟେକ ମଣିଷ ମନରେ ଏକ ସ୍ବତନ୍ତ୍ର ଛବି ପାଲଟି ରହିଛି। ଏଭଳି କଳା ଓ କଳାକାରଙ୍କୁ ବାଛିବାରେ ସକ୍ଷମ କରିଥାଏ ରଙ୍ଗମଞ୍ଚ। ଏଣୁ ଏହି ରଙ୍ଗମଞ୍ଚ ପ୍ରତି ଏବେ ଦୂରେଇ ଯାଉଥିବା ମଣିଷକୁ ନିକଟତର କରିବାକୁ ପାଳନ ହୁଏ ବିଶ୍ୱ ରଙ୍ଗମଞ୍ଚ ଦିବସ। ୧୯୬୧ରେ ନ୍ୟାଶନାଲ ଥିଏଟର ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ବିଶ୍ୱ ରଙ୍ଗମଞ୍ଚ ବା ନାଟ୍ୟ ଦିବସର ସ୍ଥାପନା କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୭ରେ ବିଶ୍ୱ ସ୍ତରରେ ପାଳନ କରାଯାଏ ଏହି ଦିବସକୁ। ଏହି ଦିବସର ଏକ ମହତ୍ତ୍ୱପୂର୍ଣ୍ଣ ଆୟୋଜନ ସମୟରେ ପ୍ରତିବର୍ଷ ବିଶ୍ୱର ଯେକୌଣସି ଜଣାଶୁଣା ରଙ୍ଗମଞ୍ଚ କର୍ମୀ ଶାନ୍ତି ଓ ସଂସ୍କୃତି ବିଷୟ ଉପରେ ନିଜର ବିଚାର ବ୍ୟକ୍ତ କରିଥାନ୍ତି। ୧୯୬୨ରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ରଙ୍ଗମଞ୍ଚ ସନ୍ଦେଶ ଫ୍ରାନ୍ସର ଜିନ୍‌ କାକ୍‌ଟେ ଦେଇଥିଲେ। ଏହାପରେ ୨୦୦୨ରେ ଭାରତର ପ୍ରସିଦ୍ଧ ରଙ୍ଗମଞ୍ଚ କର୍ମୀ ଗିରିଶ କର୍ଣ୍ଣାଡ୍‌ ଏକ ସନ୍ଦେଶ ପ୍ରଦାନ କରିଥିଲେ।
କଳା, ସଂସ୍କୃତି, ବିକାଶ ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାଟକକୁ ଏକ ବିକାଶର ପଥରେ ଆଗେଇ ନେବା ସହ ଏହାର ଉନ୍ନତି ଲାଗି ପ୍ରତିବର୍ଷ ପାଳନ ହୋଇଥାଏ ବିଶ୍ୱ ଥିଏଟର ଦିବସ ବା ବିଶ୍ୱ ନାଟ୍ୟ ଦିବସ। ୧୯୬୧ ମସିହାରେ ଇଣ୍ଟରନ୍ୟାଶନାଲ ଥିଏଟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ସାରା ବିଶ୍ୱରେ ଏହି ଦିନ ବିଭିନ୍ନ ପ୍ରକାରର ନାଟ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ତର୍ଜାତୀୟ ରଙ୍ଗମଞ୍ଚ ଅନୁଷ୍ଠାନର ନିମନ୍ତ୍ରଣରେ, ଅର୍ଥାତ୍‌ ଯାହା ମାଧ୍ୟମରେ ବିଶ୍ୱ ରଙ୍ଗମଞ୍ଚ ଦିବସ ସନ୍ଦେଶ ପ୍ରେରଣ କରାଯାଏ, ବିଶ୍ୱର ମହାନତାର ଛବି ରଙ୍ଗମଞ୍ଚର ବିଷୟ ଓ ଶାନ୍ତିର ସଂସ୍କୃତି ଉପରେ ପ୍ରତିଫଳିତ ହୋଇଥାଏ। ପ୍ରଥମ ବିଶ୍ୱ ରଙ୍ଗମଞ୍ଚ ଦିବସର ସନ୍ଦେଶ ଜିନ୍‌ କାକ୍‌ଟେ ୧୯୬୨ରେ ଲେଖିଥିଲେ। ମଞ୍ଚ ନାଟକ ଏକ ପ୍ରଭାବଶାଳୀ ମାଧ୍ୟମ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ସମାଜ ସୁଧାର ଦିଗରେ ଉଚିତ ବାର୍ତ୍ତା ଦେଇଥାଏ। କିନ୍ତୁ ପ୍ରକୃତ ପକ୍ଷେ ଦେଖାଗଲେ ଆଜିକା ସମୟରେ ଏହି ଦିବସଟି କେବଳ ବାହ୍ୟ ଦୃଷ୍ଟିରୁ ଲୋକଦେଖାଣିଆ ଭାବରେ ପାଳିତ ହେଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦିନ ଥିଲା ଓଡ଼ିଶାରେ ମଞ୍ଚନାଟକର ଚାହିଦା, ଲୋକାଦୃତି ଥିଲା ସର୍ବାଧିକ। ପ୍ରଥମେ ପୌରାଣିକ ନାଟକ ଓ ପରେ ପରେ ସାମାଜିକ ଚେତନାଧର୍ମୀ ନାଟକ ଗାଁ ଗାଁରେ ପରିବେଷଣ କରାଯାଇ ଏହା ବେଶ୍‌ ଦର୍ଶକୀୟ ଆଦୃତି ପାଇପାରୁଥିଲା। ବର୍ତ୍ତମାନ ଯୁଗ ପରିବର୍ତ୍ତନ ହୋଇଛି ସତ, ହେଲେ ସର୍ବାଧିକ ମଞ୍ଚରେ କେତେକ ସ୍ଥାନରେ ଯାହା ସାମାଜିକ ନାଟକ ପରିବେଷଣ ହେଉଛି। ସବୁଠାରୁ ଦୁଃଖଦ ପ୍ରସଙ୍ଗ ହେଉଛି ନାଟକର ପ୍ରଚାର ପ୍ରସାର ପାଇଁ ଯେଉଁ କିଛି ନାଟ୍ୟ ଅନୁଷ୍ଠାନଗୁଡ଼ିକ ଉଦ୍ୟମ କରୁଛନ୍ତି ସେମାନଙ୍କୁ ସେପରି ପ୍ରୋତ୍ସାହନ, ସହଯୋଗ ଏପରି କି ସମର୍ଥନ ମିଳୁନାହିଁ; ଯାହାଦ୍ୱାରା ବିଗତ ପାଞ୍ଚବର୍ଷ ଭିତରେ ଦେଖାଯାଇଛି ଅନେକ ନାଟ୍ୟ ଅନୁଷ୍ଠାନ ନିଜ ସଂସ୍ଥା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ସିନେମା ହଲ୍‌ରେ ପଚାଶ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ଦେଇ ବା ଘରେ ଘରେ ଡିଭିଡି କିଣି ସିଡୀ ମାଧ୍ୟମରେ ଚଳଚ୍ଚିତ୍ର ଦେଖୁଥିବା ଲୋକମାନେ ନିଜ ଜାତି ଓ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର ଗରିମାମୟ ଜନଜୀବନର ଘଟଣା କାହାଣୀ ମଞ୍ଚନାଟକକୁ ଦେଖିବା ପାଇଁ ଯଦି ଶ୍ରଦ୍ଧା ନ ରଖିବେ ତା’ହେଲେ ନାଟ୍ୟକାର ହୁଅନ୍ତୁ ବା ନାଟକ ଆୟୋଜନ କରୁଥିବା ନାଟ୍ୟ ସଂସ୍ଥା ସେମାନେ କରିବେ କ’ଣ? ତେଣୁ ମଞ୍ଚନାଟକକୁ ଭଲ ପାଇବା ଏବଂ ଏହାପ୍ରତି ସହଯୋଗ ପୃଷ୍ଠପୋଷକତାର ହାତ ବଢ଼ାଇବା ଦାୟିତ୍ୱ ନିଶ୍ଚିତ ଭାବରେ ଆମ ସମସ୍ତଙ୍କର।
ଗୋତରା, ମାହାଙ୍ଗା, କଟକ, ମୋ:୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri